Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପରିଚଚାଳନା କମିଟି ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି।ବୈଠକରେ ମାଟିତୋଟାକୁ ଗୁରୁତ୍ବ ଦିଆଯାଇଛି। ପୁରୀ ମାଟିତୋଟାରେ ହେବ ଭକ୍ତ ନିବାସ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଏହି ଭକ୍ତ ନିବାସଟି ହଜାରେ କୋଠରୀ ବିଶିଷ୍ଟ ହେବ ବୋଲି ସୂଚନା ମିଳିଛି । ଏହାସହ ମାଟିତୋଟାରେ ସେବାୟକଙ୍କ ପିଲାମାନଙ୍କ ଶିକ୍ଷା ଲାଗି ଗୁରୁକୁଳ ସ୍ଥାପନ କରାଯିବ ।
ନୀତିକାନ୍ତି ନେଇ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜାଙ୍କ ସହ ଆଲୋଚନା କରାଯିବ । ଓଡିଶାରେ ଶ୍ରୀଜଗନ୍ନାଥଙ୍କ ୪୬ ଏକର ଜମି ଠାବ ହୋଇଛି । ସାରା ଦେଶରେ ଶ୍ରୀଜଗନ୍ନାଥଙ୍କ ୬୦ ଏକର ଜମି ଠାବ ହୋଇଥିବା ସୂଚନା ମିଳିଛି । ଶ୍ରୀଜିଉଙ୍କ ନୀତିରେ ମହାବିଭ୍ରାଟ ନେଇ ୩ଜଣ ସେବାୟତଙ୍କୁ ନୋଟିସ୍ ଜାରି କରାଯାଇଛି । ୨୦୧୮ ଡିସେମ୍ବର ୨୭ରେ ମହାପ୍ରଭୁଙ୍କ ନୀତିରେ ହୋଇଥିଲା ମହାବିଭ୍ରାଟ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ପରିଚାଳନା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ, ଏଏସଆଇ ଏବଂ ଦେବୋତ୍ତର ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.