ଏନକାଉଣ୍ଟର ମୃତକଙ୍କ ପୁଣି ପୋଷ୍ଟମର୍ଟମ

ହାଇଦରାବାଦ: ହାଇଦରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ମୃତଦେହ ପୁନଃ ବ୍ୟବଚ୍ଛେଦ ହେବ। ତେଲଙ୍ଗାନା ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଗାନ୍ଧୀ ହସ୍ପିଟାଲର ଶବଗୃହରେ ସଂରକ୍ଷିତ ରଖା ଯାଇଥିବା ୪ ଅଭିଯୁକ୍ତଙ୍କ ମୃତଦେହକୁ ପୁନର୍ବାର ବ୍ୟବଚ୍ଛେଦ କରିବାକୁ ଆଦେଶ ଦେଇଛନ୍ତି।
ସୂଚନା ଅନୁସାରେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କର ପୁଲିସ ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଥିଲା। ଏହାପରେ ହାଇକୋର୍ଟଙ୍କ ଆଦେଶ କ୍ରମେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କ ମୃତଦେହକୁ ସଂରକ୍ଷିତ ରଖାଯାଇଛି। ଏନ୍କାଉଣ୍ଟର ଏକ ଚିନ୍ତାର ବିଷୟ, ତେଣୁ ‘ଦିଶା’ ଘଟଣାରେ ହୋଇଥିବା ଏନ୍କାଉଣ୍ଟର ନେଇ ସତର୍କତା ସହ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ଜାତୀୟ ମାନବାଧିକାର କମିଶନ କହିଥିଲେ। ତେଣୁ ମୃତଦେହକୁ ପୁନଃ ବ୍ୟବଚ୍ଛେଦ କରିବାକୁ ଆଦେଶ ଦିଆଯାଇଛି।