Odisha Link
Bridging the Missing Links in Odisha

ବାରବାଟୀରେ ବିରାଟ ବାହିନୀ

କଟକ: ଭୁବନେଶ୍ୱର ମେ ଫେୟାର ହୋଟେଲରୁ ପ୍ରାୟ ସକାଳ ସାଢେ ୯ଟାରେ ବାରବାଟୀ ଅଭିମୁଖେ ବାହାରିଥିଲେ । ସୁରକ୍ଷା ବଳୟ ଭିତରେ ଏକ ସ୍ୱତନ୍ତ୍ର ବସ ଯୋଗେ ଭୁବନେଶ୍ବରରୁ ଟିମ୍ ଇଣ୍ଡିଆର ଖେଳାଳକିଙ୍କୁ ଷ୍ଟାଡ଼ିୟମ୍ ନିଆଯାଇଛି। ବିରାଟ ବାହାନୀ ବାରବାଟୀରେ ପହଞ୍ଚିବା ପରେ ଓସିଏ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଖେଳାଳିଙ୍କ ଗୋଟିଏ ଝଲକ ଦେଖିବାକୁ ଷ୍ଟାଡିୟମ ବାହାରେ, ରାସ୍ତାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଛି । ପହଞ୍ଚିବା ପରେ ଅଭ୍ୟାସ ଆରମ୍ଭ କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳି । କାଲି ମ୍ୟାଚ୍ ହେବାକୁ ଥିବାବେଳେ ଜୋରସୋରେ ଅଭ୍ୟାସ କରୁଛନ୍ତି ଟିମ୍ ଇଣ୍ଡିଆ ଖେଳାଳି । ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଅଭ୍ୟାସ କରିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ୱେଷ୍ଟଇଣ୍ତିଜ ଟିମ୍ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ।

ସୂଚନା ଅନୁସାରେ ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ତିଜ ମଧ୍ୟରେ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ପାଖାପାଖି ୮୦ ପ୍ଲାଟୁନ୍ ଫୋର୍ସ ଖେଳାଳିଙ୍କ ସୁରକ୍ଷା ଓ ଷ୍ଟାଡିୟମ ନିୟନ୍ତ୍ରଣରେ ନିୟୋଜିତ ହେବେ । ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚିବା ପରେ ଯେଉଁ ରାସ୍ତାରେ ସେମାନେ ଯିବେ ସେଠାରେ ନୂଆ ସାଜସଜ୍ଜା କରାଯାଇଛି । ଏଥିସହିତ ନୂଆ ରୂପ ପାଇଥିବା ଡ୍ରେସି˚ ରୁମ୍ ଓ କ୍ଲକ୍ ଟାଵାରକୁ ମଧ୍ୟ ଶନିବାର ଉଦଘାଟନ କରାଯିବାକୁ ଯୋଜନା ରହିଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ଗତକାଲି ବାରବାଟୀ ଷ୍ଟାଡିୟମ୍ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ପୁଲିସ୍ ଡିଜି । ଭୁବନେଶ୍ୱର-କଟକ ଟ୍ୱିଇନ୍ ସିଟିର ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୁଲିସ୍ ଡିଜି ।

Comments are closed.