Odisha Link
Bridging the Missing Links in Odisha

ଭାରତ ଆଗରେ 316 ରନର ଲକ୍ଷ୍ୟ

କଟକ: ନିର୍ଣ୍ଣାୟକ ମ୍ୟାଚରେ ଭାରତ ପାଇଁ  316  ରନ ଲକ୍ଷ୍ୟ ରଖିଛି ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ। ନିକୋଲାସ୍ ପୁରନ ଓ ଅଧିନାୟକ କିରନ ପୋଲାଡଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ 50 ଓଭରରେ ଓ୍ବେଷ୍ଟଇଣ୍ଡିଜ ଦଳ 5ଓ୍ବିକେଟ ହରାଇ ମୋଟ 315 ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ଟିମ୍ ଇଣ୍ଡିଆ ଆଗରେ 316 ରନର ବିଜୟ ଲକ୍ଷ୍ୟ ରଖିଛି ଓ୍ବେଷ୍ଟଇଣ୍ଡିଜ ଦଳ। ଓ୍ବେଷ୍ଟଇଣ୍ଡିଜ ଦଳ ପକ୍ଷରୁ ନିକୋଲାସ୍ ପୁରାନଙ୍କ 89 ରନ୍ ଓ କିରଣ ପୋଲାର୍ଡଙ୍କ ଦମଦାର 74 ରନ୍ ଫଳରେ 5ଟି ଓ୍ବିକେଟ ହରାଇ ମୋଟ 315 ରନ କରିଛି ଓ୍ବେଷ୍ଟଇଣ୍ଡିଜ ଦଳ।

ଏହି ଶୃଙ୍ଖଳା ଜିତିବାକୁ ହେଲେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ବିଶେଷକରି ରୋହିତ, ବିରାଟଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

Comments are closed.