Odisha Link
Bridging the Missing Links in Odisha

ବାପାଙ୍କୁ ମାରି ନିଜେ ଆତ୍ମହତ୍ୟା କଲା ପୁଅ

ନୂଆପଡା: ସାମାନ୍ୟ ଝଗଡ଼ାରୁ ବାପାଙ୍କୁ ପଥରରେ ଛେଚି ହତ୍ୟା କଲା ପୁଅ। ଏହାପରେ ମାନସିକ ଭାରସାମ୍ୟ ହରାଇ ନିଜେ ମଧ୍ୟ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଗାତିବେଡା ଗାଁରେ ଘଟିଛି ।
କୋମନା ଥାନା ଗାତିବେଡା ଗାଁ ଆମପଡାରେ ବାପା ରାମ ସିଂ ମାଝୀଙ୍କର ପୁଅ ଦେବ ମାଝୀଙ୍କ ସହ ଗତକାଲି କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ପୁଅ ଦେବ ହଠାତ୍ ରାଗି ଯାଇ ବାପା ରାମ ସିଂଙ୍କ ମୁଣ୍ତରେ ପଥର କଚାଡି ଦେଇଥିଲା । ଘଟଣାସ୍ଥଳରେ ରାମ ସିଂ ମାଝୀ ପ୍ରାଣ ହରାଇଥିଲେ।
ଏହାଦେଖି ଭୟଭୀତ ହୋଇ ପୁଅ ଘଟଣାସ୍ଥଳରୁ କିଛି ଦୂର ଯାଇ ଏକ ବାହାଡା ଗଛରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ରାମ ସିଂର ଦ୍ୱିତୀୟ ପୁଅ ସମସାଏ ମାଝୀ ଗାଁର କିଛି ଲୋକଙ୍କ ସହ କୋମନା ଥାନା ଆସି ଘଟଣା ସମ୍ପର୍କରେ ଜଣାଇଥିଲେ । ଆଜି ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯିବ । ହତ୍ୟାର ପ୍ରକୃତ କାରଣ ଜଣା ପଡି ନାହିଁ ।

Comments are closed.