Odisha Link
Bridging the Missing Links in Odisha

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ସାହୁ ବିନ୍ଧାଣୀ। ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ।

ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଭଣ୍ଡାର କଲୋନୀସାହିରେ ଗଛ ଡାଳ କଟାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ସାଗୁ ସିଂହ ନାମକ ଜଣେ ବ୍ୟକ୍ତି ସାହୁ ବିନ୍ଧାଣୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସାଗୁ ସିଂହଙ୍କୁ ଶରତ ଥାନା ପୋଲିସ ଅଟକ ରଖିଛି। ଘଟଣା ସଂପର୍କରେ ପଚରାଉଚରା ଚଳାଇଛି ପୋଲିସ ।

Comments are closed.