Odisha Link
Bridging the Missing Links in Odisha

ଘରର ପରମ୍ପରା ଭାଙ୍ଗିବେ ନାହିଁ ଏହି ନିର୍ଦ୍ଦେଶକ

ମୁମ୍ବାଇ : ବଲିଉଡ଼ରେ ସଲମାନଙ୍କ ର ବହୁତ ନାଁ ରହିଛି । ତାଙ୍କ ସହ ଅନେକ ନିର୍ଦ୍ଦେଶକ କାମ କରିବାକୁ ଅଧିକ ପସନ୍ଧ କରିଥାନ୍ତି । ବର୍ତ୍ତମାନ ବଲିଉଡ୍‌ର ଜଣାଶୁଣା ସିନେମା ନିର୍ମାତା ଓ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ପୁଅ ଦେବାଂଶ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଦେବାଂଶ ବାପାଙ୍କ ଭଳି ନିର୍ଦ୍ଦେଶନା କ୍ଷେତ୍ରରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ସ୍ଥିର କରିଛନ୍ତି ।

ଦେବାଂଶଙ୍କ ନିଜର ପ୍ରଥମ ସିନେମାରେ କାର୍ତ୍ତିକ୍‌ ଆର୍ଯ୍ୟନ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଏହାକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମୁଁ ଘରର ପରମ୍ପାରାକୁ ଭାଙ୍ଗିବି ନାହିଁ, କାରଣ ମୋ ବାପା ସୂରଜ ବଡ଼ଜାତ୍ୟା ସଲୁଙ୍କ ସହ ୧୯୮୯ରେ ସିନେମା ‘ମେନେ ପ୍ୟାର୍‌ କିୟା’ରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏବଂ ଲିଡ୍‌ ହିରୋ ଭାବେ ସଲ୍‌ମାନଙ୍କର ମଧ୍ୟ ଏହା ପ୍ରଥମସିନେମା ଥିଲା। ସିନେମାଟି ହିଟ ହେବା ସହ ଦର୍ଶକ ଏବେ ଯାଏଁ ମଧ୍ୟସିନେମାଟି ମନେ ରଖିଛନ୍ତି । ତେଣୁ ଦେବାଂଶ ମଧ୍ୟ ତାଙ୍କର ପ୍ରଥମ ସିନେମାରେ ସଲ୍‌ମାନ୍‌ଙ୍କୁ ଲିଡ୍‌ ରୋଲ୍‌ରେ ନେବାକୁ ଚାହୁଁଛନ୍ତି।

ସୂଚନାଯୋଗ୍ୟ, ସୂରଜଜଙ୍କ ସହ ସଲ୍‌ମାନ୍‌ ୪ଟି ସିନେମାରେ କାମ କରିଛନ୍ତି। ସେଗୁଡ଼ିକ ହେଲା ‘ହମ୍‌ ‌ଆପ୍‌କେ ହେ କୌନ୍’,’ମୈନେ ପ୍ୟାର୍‌ କିୟା’, ‘ହମ୍‌ ସାଥ୍‌ ସାଥ୍‌ ହୈ’ ଓ ‘ପ୍ରେମ୍‌ ରତନ୍‌ ଧନ ପାୟୋ’। ଏହି ଏସବୁ ସିନେମା ଗୁଡ଼ିକ ହିଟ୍ ସାବ୍ୟସ୍ତ ହୋଇଥିଲା। ଗତ କିଛିଦିନ ତଳେ ଖବର ଆସିଥିଲା ଯେ ଏହି ଯୋଡ଼ି ପୁଣିଥରେ ‘ହମ୍‌ ‌ଆପ୍‌କେ ହେ କୌନ୍’ର ସିକ୍ୱେଲ୍‌ ନେଇ ଆସୁଛନ୍ତି।

Comments are closed.