ଆସନ୍ତାକାଲି ବଡ଼ଦିନ, ଆଜି ସଂଧ୍ୟାରେ ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରାର୍ଥନା

ଭୁବନେଶ୍ବର: ଆଜି ମଧ୍ୟରାତ୍ରିରେ ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ । ବଡଦିନକୁ ନେଇ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଜୋର ଧରିଛି ପ୍ରସ୍ତୁତି । ଅଂଚଳରେ ଥିବା ସମସ୍ତ ଚର୍ଚ୍ଚ, ଗୀର୍ଜା ଓ ପ୍ରାର୍ଥନା ଘରକୁ ରଙ୍ଗୀନ ଆଲୋକମାଳା ଓ ରଙ୍ଗବେରଙ୍ଗର ଫୁଲ ଓ ବେଲୁନରେ ସଜ୍ଜିତ କରାଯାଇଛି । ବାଲିଗୁଡା ବଜାରରେ ବି ବଡଦିନ ଭିଡ ଦେଖିବାକୁ ମିଳିଲାଣି ।
ଅନ୍ୟପଟେ ଶାନ୍ତିଶୃଂଖଳାରେ ବଡଦିନ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ମଧ୍ୟ କରିଛି ପ୍ରସ୍ତୁତି । ଶାନ୍ତିକମିଟି ଗଠନ କରିବା ସହ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଖ୍ରୀଷ୍ଟ ଧର୍ମାବଲମ୍ୱୀ ଭାଇ ଭଉଣୀ ଏହି ଦିନକୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରିବାକୁ ନିଜକୁ ପ୍ରସ୍ତୁତ କରି ଛନ୍ତି । କନ୍ଧମାଳ ଜିଲ୍ଲା ସହିତ ଫୁଲବାଣୀ ଜିଲ୍ଲାରେ ବି ଦେଖିବାକୁ ମିଳିଛି ବଡ ଦିନର ପ୍ରସ୍ତୁତି । ବାଲିଗୁଡା ସମେତ ରାଇକିଆ, ଜି ଉଦୟଗିରି, ଦାରିଙ୍ଗିବାଡି, କ ନୂଆ ଗାଁ, ତୁମୁଡିବନ୍ଧ ଓ କୋଟଗଡର ସମସ୍ତ ଚର୍ଚରେ ନାଚଗୀତ ସହିତ ବଡଦିନ ପାଳନ ପାଇଁ ହୋଇଛି ବଡ ପ୍ରସ୍ତୁତି ।
କେବଳ ଏତିକି ନୁହେଁ ବଡ ଦିନ ପାଳନ ପାଇଁ ଘର ଠାରୁ ଦୂରରେ ରହୁଥିବା ଲୋକେ ମଧ୍ୟ ଏହି ଅବସରରେ ଘରକୁ ଫେରିବା ଆରମ୍ଭ କରିଛନ୍ତି । ପୋଲିସ ବିଭିନ୍ନ ସଂବେଦନଶୀଳ ଅଂଚଳରେ ଫ୍ଲାଗମାର୍ଚ କରିଛି । ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶାସନ ରଖିଛି କଡା ନଜର ।
Comments are closed.