Odisha Link
Bridging the Missing Links in Odisha

ଏନପିଆରକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ ୨୦୧୯ ଓ ଏନଆରସିକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହା ସତ୍ତ୍ବେ କେନ୍ଦ୍ର ସରକାର ଆଉ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଜି ବସିଥିବା କ୍ୟାବିନେଟ ବୈଠକରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏନପିଆରକୁ ଅପ୍‌ଡେଟ୍‌ କରିବା ପାଇଁ ମଞ୍ଜୁରୀ ମିଳିଛି।

ଏନପିଆର କ’ଣ?
ନାଗରିକତା ଆଇନ-୨୦୦୩ରେ ଏନପିଆରକୁ ନିମ୍ନ ମତେ ବର୍ଣ୍ଣନା କରାଯାଇଛି,- ଏନପିଆର ଅର୍ଥ କୌଣସି ଗାଁ କିମ୍ବା ଗ୍ରାମାଞ୍ଚଳ, ସହର କିମ୍ବା ୱାର୍ଡ଼ ତଥା ସହରାଞ୍ଚଳର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ବିବରଣୀ।

Comments are closed.