Odisha Link
Bridging the Missing Links in Odisha

NPR ପାଇଁ କୌଣସି ପ୍ରମାଣପତ୍ର ଦରକାର ନାହିଁ, ଜନତାଙ୍କ ଉପରେ ବିଶ୍ବାସ ଅଛି: ପ୍ରକାଶ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏନପିଆରକୁ ଅପ୍‌ଡେଟ୍‌ କରିବା ପାଇଁ ମଞ୍ଜୁରୀ ମିଳିଛି।

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ଆଜି କ୍ୟାବିନେଟ ବୈଠକରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ ଅପଡେଟ୍‌ କରିବା ପାଇଁ ମଞ୍ଜୁରୀ ମିଳିଛି। ଏତଦବ୍ୟତୀତ ଏଥର ନୂଆ ଜ୍ଞାନ କୌଶଳ ଆପଣେଇ ଅପଡେଟ୍‌ କରାଯିବ ବୋଲି କହିଛନ୍ତି।

ଏଥିସହ ସେ କହିଛନ୍ତି ଯେ, ବ୍ରିଟିଶ ଅମଳରୁ ଭାରତରେ ଜନଗଣନା ହୋଇ ଆସୁଛି। ସ୍ବାଧୀନତା ପରେ ୭ଥର ଜନଗଣନା ହୋଇ ସାରିଛି। ଏବେ ଅଷ୍ଟମଥର ପାଇଁ ଜନଗଣନା ହେବ ବୋଲି କହିଛନ୍ତି ଶ୍ରୀ ଜାଭେଦକର। ୨୦୨୦ ଏପ୍ରିଲରୁ ସେପ୍ଟମ୍ବର ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିବ। ଯାହାଫଲରେ ଲକ୍ଷ ଲକ୍ଷ ଲୋକ ଏହିଜ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବେ। ଏଥର ଜନଗଣନା କାର୍ଯ୍ୟ ନୂଆ ଜ୍ଞାନ କୌଶଳ ଦ୍ବାରା ସମ୍ପାଦିତ ହେବ। ଏଥିସହିତ ଏଥିପାଇଁ ଏକ ଆପ ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର।

ଏନପିଆର ପ୍ରଥମଥର ପାଇଁ କଂଗ୍ରେସ ସରକାର ଅମଳରେ ଆରମ୍ଭ ହୋଇଥିଲା। ଜନସାଧାରଣଙ୍କୁ ଏକ କାର୍ଡ ବଣ୍ଟନ କରାଯାଇଥିଲା। ଏଥିସହିତ କାର୍ଡକୁ ୨୦୧୫ ମସିହାରେ ଅପଡେଟ କରାଯାଇଥିଲା। ହେଲେ ଏଥର କୌଣସି ପ୍ରମାଣ ଦେବା ଆବଶ୍ୟକ ନାହିଁ କି କୌଣସି କାଗଜ ମଧ୍ୟ ଆବଶ୍ୟକତା ନାହିଁ। ଜନସାଧାରଣ ଯାହା କହିବେ ତାହା ହିଁ ଚୂଡ଼ାନ୍ତ କାରଣ ଜନସାଧାରଣଙ୍କ ଉପରେ ସରକାରଙ୍କ ଭରଷା ଅଛି ବୋଲି କହିଛନ୍ତି ପ୍ରକାଶ ଜାଭେଦକର।

Comments are closed.