ବ୍ରାଜିଲ ରାଷ୍ଟ୍ରପତି ହରାଇଲେ ସ୍ମୃତି ଶକ୍ତି

ବ୍ରାଜିଲ: କିଛି ସମୟ ପାଇଁ ସ୍ମରଣ ଶକ୍ତି ହରାଇଲେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ। ଅସ୍ଥାୟୀ ଭାବେ ସ୍ମରଣ ଶକ୍ତି ହରାଇଥିବା ସୂଚନା ମିଳିଛି। ସେ ତାଙ୍କ ସରକାରୀ ବାସଭବନରେ ପଡ଼ିଯାଇ ମୁଣ୍ଡ ମାଡ଼ ହୋଇଯିବାରୁ ଏପରି ହୋଇଥିବା ଜଣା ପଡ଼ିଛି।
ଏହି ୬୪ ବର୍ଷ ବୟସ୍କ ବ୍ୟକ୍ତି ସୋମବାର ରାତିରେ ବାଥରୁମ୍ ଯାଇଥିବାବେଳେ ପଡ଼ିଯାଇଥିଲେ। ସେ ନିଜେ କହିଛନ୍ତି, ତାଙ୍କର କିଛି ଘଟଣା ମନେ ପଡ଼ୁନାହିଁ। ଗତ କାଲି, ଆଜି ସକାଳେ ତାଙ୍କ ସହ ଘଟିଥିବା କିଛି ଘଟଣା ସେ ଭୁଲିଯାଇଥିଲେ। ପରେ ସେ ସେସବୁ ମନେ ପକାଇଥିଲେ ଏବଂ ବର୍ତ୍ତମାନ ଠିକ୍ ଥିବା କହିଛନ୍ତି। ସେ ଗତ କାଲି କ’ଣ କରିଥିଲେ ତାଙ୍କର କିଛି ମନେ ପଡ଼ୁନଥିବା ପୂର୍ବରୁ କହୁଥିଲେ।
ବ୍ରାଜିଲ ରାଷ୍ଟ୍ରପତି ସେଦିନର ଘଟଣା ବାବଦରେ କହିଛନ୍ତି, ମୋ ଗୋଡ଼ ଖସିଗଲା ଏବଂ ମୁଁ ପଛପଟିଆ ପଡ଼ିଗଲି। ଏହା ମୋତେ ଆଘାତ ଦେଇଛି ନିଶ୍ଚୟ। ମୁଁ ଏବେ ନିଜର ଦାୟିତ୍ୱ ନେଉଛି।