ଶ୍ରୀକୃଷ୍ଣଙ୍କ ଭଜନ ଗାଇଲେ ଧୋନିଙ୍କ ଝିଅ ଜିଭା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ୍ଏସ୍ ଧୋନିଙ୍କୁ ଅନେକ ଥର ଗୀତ ଗାଇବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି, ଏଥର କିନ୍ତୁ ତାଙ୍କ ଝିଅ ଜିଭା ଶ୍ରୀକୃଷ୍ଣଙ୍କ ଭଜନ ଗାଉଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଜିଭା ଖୁବ୍ ସୁନ୍ଦର ଭାବେ ଭଗବାନ ଶ୍ରୀକୃଷ୍ଣଙ୍କ ଭଜନ ଗାଉଥିବାର ଦେଥିବାକୁ ମିଳିଛି। ଏହି ୫୧ସେକେଣ୍ଡର ଭିଡିଓକୁ ଜିଭାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ କରାଯାଇଛି। ଏହି ଭିଡିଓରେ କ୍ୟାପସନ୍ ଦିଆଯାଇଛି କି, ‘‘ସିଙ୍ଗିଙ୍ଗ୍ ମୋଡ’’।ଏହି ଭିଡିଓରେ ଦେଖିବାକୁ ମିଳୁଛି ଜିଭା ଏକ ଫିକା ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ମାଲାୟାଲମ ଭାଷାରେ ଶ୍ରୀକୃଷ୍ଣଙ୍କ ଭଜନ ଗାଉଛନ୍ତି। ଜିଭାଙ୍କ ଏହି ଭଜନ ଗାଉଥିବାର ଭିଡିଓକୁ ଏପର୍ଯ୍ୟନ୍ତ ୨ଲକ୍ଷ ୨୭ହଜାର ଲୋକ ଶୁଣି ସାରିଲେଣି।
https://www.instagram.com/p/B6aY__AnUx0/?utm_source=ig_web_copy_link