Odisha Link
Bridging the Missing Links in Odisha

ମହାନ ରାଜନେତା ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ, ଝୁରୁଛି ସାରା ଦେଶ

ନୂଆଦିଲ୍ଲୀ: ଭାରତର ରାଜନୈତିକ ଇତିହାସରେ ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳ ବିହାରି ବାଜପେୟୀ। ଯିଏ ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି। ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ସମ୍ବାଦିକ ଓ ଲେଖକ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ, ଅଟଳ ବିହାରୀ ଉଦାରବାଦ, ସହନଶୀଳତା, ସମାନତାକୁ ନେଇ ରାଜନୀତିରେ ପାଦ ଥାପିଥିଲେ। ସେ କେବେବି ନିଜ ବିଚାରଧାରା ସହ ସାଲିସ କରିନଥିଲେ। ସେ ହେଉଛନ୍ତି ଦେଶର ଜଣେ ସାଲିସବିହୀନ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା। ଆଜି ହେଉଛି ସେହି ମହାନ ରାଜନେତାଙ୍କ ଜନ୍ମଦିନ।

ମଧ୍ୟପ୍ରଦେଶର ଗ୍ୱାଲିଅରରେ ୧୯୨୪ ମସିହା ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ ସ୍ବର୍ଗତ ଅଟଳ। ତାଙ୍କ ବାପା ଥିଲେ ଶିକ୍ଷକ ଓ ମାଆ ସୁଗୃହିଣୀ। କିନ୍ତୁ ତାଙ୍କର ପ୍ରକୃତ ଘର ଥିଲା ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାର ବଟେଶ୍ୱର। ଅଟଳ ବିହାରୀ ବାଜପେୟୀ ଗ୍ୱାଲିୟରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପାଠପଢ଼ା ଆରମ୍ଭ କରିଥିଲେ। ପରେ ଭିକ୍ଟୋରିଆ କଲେଜରେ ସ୍ନାତକ ପଢ଼ିଥିଲେ। ତା’ପରେ କାନପୁରସ୍ଥିତ ଦୟାନନ୍ଦ ଆଙ୍ଗ୍ଲୋ-ବେଦିକ୍ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ। କିଶୋର ବୟସରୁ ଅର୍ଥାତ ୧୬ ବର୍ଷରୁ ହିଁ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ରେ ଜଣେ ପ୍ରଚାରକଭାବେ ଯୋଗ ଦେଇଥିଲେ। ଛାତ୍ର ଜୀବନରୁ ହିଁ ସ୍ୱତନ୍ତ୍ରତା ସଂଗ୍ରାମରେ ନିଜକୁ ହଜେଇ ଦେଇଥିଲେ ବାଜପେୟୀ। ୧୯୪୨ ମସିହାର ଗାନ୍ଧିଜୀଙ୍କ ‘ଭାରତ ଛାଡ଼’ ଆନ୍ଦୋଳନ ନାରାକୁ ଆହୁରି ଶାଣିତ କରି ବାଜପେୟୀ ପୁଲିସର ହିଟ୍‌ଲିଷ୍ଟରେ ସର୍ବାଗ୍ରେ ରହିଥିଲେ।

ବାଜପେୟୀ ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ୧୯୫୧ରେ ଭାରତୀୟ ଜନସଂଘରେ ଯୋଗଦେବା ପରେ ତାଙ୍କ ସାମ୍ବାଦିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ରାଷ୍ଟ୍ରଧର୍ମ, ବୀର ଅର୍ଜୁନ ଆଦି ଦେଶପ୍ରେମ ସମ୍ବଳିତ ଏକାଧିକ ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ସେ ତୁଲାଇ ଥିଲେ। ସେ ନିଜ କ୍ୟାରିଅରର ପ୍ରଥମ ଲୋକସଭା ନିର୍ବାଚନ ୧୯୫୨ରେ ଲଢ଼ି ହାରିଯାଇଥିଲେ। ୧୯୫୭ରେ ସେ ପ୍ରଥମ ଥର ପାଇଁ ବିଜୟର ସ୍ୱାଦ ଚାଖିଥିଲେ। ତାଙ୍କର ରାଜନୈତିକ ଜନ୍ମସ୍ଥଳୀ ଥିଲା ଉତ୍ତରପ୍ରଦେଶ। ରାଜଧାନୀ ଲକ୍ଷ୍ମୌରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଅଟଳ ବିହାରୀ ବାଜପେୟୀ ମୋଟ୍ ୧୦ ଥର ଲୋକସଭା ସାଂସଦ ହୋଇଥିଲେ। ଅନ୍ୟପଟେ ସେ ୨ ଥର ୧୯୬୨ ଓ ୧୯୮୬ରେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ଏହି ସମୟରେ ସେ ଉତ୍ତରପ୍ରଦେଶ, ନୂଆଦିଲ୍ଲୀ ଓ ମଧ୍ୟ ପ୍ରଦେଶରେୁ ଲୋକସଭା ନିର୍ବାଚନ ଲଢ଼ିଥିିଲେ ଓ ଜିତ୍ ହାସଲ ମଧ୍ୟ କରିଥିଲେ। ଆଉ ସେହିଠାରୁ ସେ ଗୁଜରାଟରୁ ରାଜ୍ୟସଭା ପହଞ୍ଚିଥିଲେ। ନିଜର ଭାଷଣର ଦକ୍ଷତା, ହସ ହସ ମୁହଁ ଓ ବିଚାଚଧାରା ପାଇଁ ବାଜପେୟୀ ଲୋକଙ୍କର ବେଶ୍ ପ୍ରିୟ ଥିଲେ । ସେ ଭାରତ ଓ ପାକିସ୍ତାନ ମତଭେଦ ଦୂର କରିବା ପାଇଁ ସବୁବେଳେ ଚେଷ୍ଟାରତ ଥିଲେ।

Comments are closed.