Odisha Link
Bridging the Missing Links in Odisha

ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ବିଶ୍ୱାସ କରୁ: ସପ୍ତଗିରି

ଭୁବନେଶ୍ୱର: କଂଗ୍ରେସ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ବିଶ୍ୱାସ କରେ, ହିଂସାକାଣ୍ଡରେ ନୁହେଁ । ଏହା କହିଛନ୍ତି ସାଂସଦ ସପ୍ତଗିରି ଉଲାକା । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ନବରଙ୍ଗପୁର ବନ୍ଦବେଳେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ମନ୍ତବ୍ୟକୁ ନେଇ ଶ୍ରୀ ଉଲାକା ଏହା କହିଛନ୍ତି ।
ଶ୍ରୀ ଉଲାକା କହିଛନ୍ତି ଯେ, କଂଗ୍ରେସ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ବିଶ୍ୱାସ କରେ, ହିଂସାକାଣ୍ଡରେ ନୁହେଁ । ପ୍ରଦୀପ ଭାଇ କେଉଁ ପ୍ରସଙ୍ଗରେ ଏପରି କହିଛନ୍ତି ମୁଁ ଜାଣି ନାହିଁ । ଦଳର ନୀତି ନେଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କଡ଼ା ନିର୍ଦେଶ ରହିଛି । ନାବାଳିକା ନିର୍ଯାତନା ପ୍ରସଙ୍ଗକୁ ନେଇ ମୁଁ ସଂସଦରେ ମଧ୍ୟ ଉଠାଇଛି । ତେବେ ପ୍ରସଙ୍ଗ ଉଠାଇବା ବେଳେ ବିଜେଡି ସାଂସଦମାନେ ବିରୋଧ କରିଛନ୍ତି ବୋଲି ସାଂସଦ ସପ୍ତଗିରି ଉଲାକା କହିଛନ୍ତି ।

ସୂଚନା ଅନୁସାରେ ଆଜି ନବରଙ୍ଗପୁର ବନ୍ଦ ପାଳନ ବେଳେ ପ୍ରଦୀପ ମାଝୀଙ୍କ ଏକ ବିବାଦୀୟ ମନ୍ତବ୍ୟ ବିଶିଷ୍ଟ ଏକ ଭିଡିଓ ଭାଇରାଲ ହୋଇଛି । ପେଟ୍ରୋଲ, ଡିଜେଲ ରେଡି ରଖ । କହିଲେ ଜାଳିବ । ଦଳୀୟ କର୍ମୀଙ୍କୁ ଶ୍ରୀ ମାଝୀ ଫୋନରେ ଏଭଳି କହୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଫୋନରେ ଶ୍ରୀ ମାଝୀ କର୍ମୀଙ୍କୁ ପେଟ୍ରୋଲ ଓ ଡିଜେଲ ରେଡି ରଖିବାକୁ କହୁଛନ୍ତି । ଖାଲି ସେତିକି ନୁହଁ ପେଟ୍ରୋଲ ଓ ଡିଜେଲ ରେଡି ରଖ, ଡାଇରେକ୍ସନ ଗଲେ ଜାଳିବ ବୋଲି କହୁଛନ୍ତି । ଯେତେବେଳେ ଡାଇରେକ୍ସନ ଯିବ, ସବୁ ନିଆଁ ମାରିଦେବ । ତା’ପରେ ଯାହା ହେବ ଦେଖାଯିବ ବୋଲି ପ୍ରଦୀପ ମାଝୀ ଫୋନରେ କର୍ମୀଙ୍କୁ କହୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଏହା ପରେ ଆନେ୍ଦାଳନକାରୀମାନେ ଆମ୍ବେଦକର ଛକରେ ଏକ କାରକୁ ଜାଳିଦେଇଛନ୍ତି ।

Comments are closed.