Odisha Link
Bridging the Missing Links in Odisha

ଆସନ୍ତାକାଲି ବଲାଙ୍ଗୀର ଗସ୍ତ କରିବେ ଉପରାଷ୍ଟ୍ରପତି

ବଲାଙ୍ଗିର: ବଲାଙ୍ଗିର ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ। କାଲି ସେ ବଲାଙ୍ଗିରରେ ଏକ ସ୍ବତନ୍ତ୍ର ହେଲିକ୍ୟାପଟରରେ ପହଞ୍ଚିବେ। ବଲାଙ୍ଗିର ଗସ୍ତ ବେଳେ ସେ ରାଜ୍ୟର ଦ୍ବିତୀୟ ଏଲ୍.ପି.ଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଉତ୍ସବ ସହ ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲୀ ଉତ୍ସବରେ ଯୋଗଦେବେ।
ଯେଉଁଥି ପାଇଁ ଉତ୍ସାହିତ ବଲାଙ୍ଗିରବାସୀ। ସେଥିପାଇଁ ପ୍ରସ୍ତୁତ ହୋଇ ରହିଛି ବଟଲିଂ ପ୍ଲାଣ୍ଟ ପରିସର ଓ ଗାନ୍ଧୀ ଷ୍ଟାଡିୟମ । ଏନେଇ ବାୟୁସେନାର ସ୍ବତନ୍ତ୍ର ହାଲିକେପ୍ଟରରେ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବଲାଙ୍ଗିର ଏସ୍.ପି । ବଲାଙ୍ଗିର କଲେଜର ପ୍ଲାଟିନମ୍ ଜୁବଲି ୫ ଦିନ ଧରି ଚାଲିବାକୁ ଅଛି। ଉଦ୍ ଘାଟନୀ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଯୋଗଦେବାକୁ ଥିବା ବେଳେ ଉଦଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.