Odisha Link
Bridging the Missing Links in Odisha

ପୁଣି ପରଦାକୁ ଫେରୁଛନ୍ତି ଶିଳ୍ପା

ମୁମ୍ବାଇ : ‘ୟୋଗା ଲେଡି’ ଭାବେ ବଲିଉଡରେ ପରିଚିତ ଶିଳ୍ପା ସେଟ୍ଟିଙ୍କୁ ଖୁବ୍ ଶୀଘ୍ର ପରଦାରେ ଦେ‌ଖିବାକୁ ମିଳିବ। ନିଜ ଯୋଗ ଭିଡିଓ ଓ କୁକିଙ୍ଗ୍ ଚ୍ୟାନେଲ୍ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଶିଳ୍ପା ଏବେ ‘ହଙ୍ଗାମା-୨’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି କମେଡି ଚଳଚ୍ଚିତ୍ରରେ ଶିଳ୍ପାଙ୍କ ସହ ପରେଶ ରାୱଲ୍ ମଧ୍ୟ କାମ କରୁଛନ୍ତି। ଏକ ସାକ୍ଷାତକାର୍‌ରେ ଶିଳ୍ପା କହିଛନ୍ତି, ୧୨ ବର୍ଷ ପରେ ସେ ପୁଣି ଆସୁଛନ୍ତି। ଏତେ ଲମ୍ବା ବ୍ୟବଧାନ ପରେ ପୁଣି ଯେତେବେଳେ ସେ ସୁଟିଂ ସେଟ୍‌କୁ ସେ ଯାଇଥିଲେ ସେ ଅନୁଭୂତି ଖୁବ୍ ଆନନ୍ଦ ଦେଇଥିଲା। ‘ହଙ୍ଗାମା’ର ପ୍ରଥମ ଭାଗ ୨୦୦୩ରେ ମୁକ୍ତିଲାଭ କରିଥିଲା। ସେଥିରେ ମୁଖ୍ୟ ଭୂମିକାରେ ପରେଶ ରାୱଲ୍, ଅକ୍ଷୟ ଖାନ୍ନା, ଅଫତାବ୍ ଶିବଦାସନୀ, ରିମି ସେନ୍ ଅଭିନୟ କରିଥିଲେ ଯାହା ସୁପରହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ୧୨ ବର୍ଷ ପରେ ପରଦାକୁ ଆସୁଛି।

Comments are closed.