Odisha Link
Bridging the Missing Links in Odisha

ଧର୍ମକୁ ନେଇ ଏହି ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍‌ର ୩ ସେଲେବ୍ରିଟିଙ୍କ ବିରୋଧରେ ରୁଜୁ ହୋଇଛି ଧର୍ମ ବିରୋଧୀ ମାମଲା। ଅଭିନେତ୍ରୀ ରବୀନା ଟଣ୍ଡନ୍‌, ଫରାହ ଖାନ୍‌ ଓ କମେଡିଆନ୍‌ ଭାରତୀ ସିଂଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ୩ ସେଲେବ୍ରିଟିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରୁଜୁ ହୋଇଛି ମାମଲା। ଏକ କାର୍ଯ୍ୟକ୍ରମରେ ରବୀନା, ଫରାହ ଓ ଭାରତୀ ଧର୍ମକୁ ନେଇ ଏମିତି କିଛି କହିଛନ୍ତି ଯେଉଁଥିରେ ଲୋକଙ୍କ ଧାର୍ମିକ ଭାବନାରେ ଆଘାତ ପହଞ୍ଚିଛି। ଏହାର ଭିଡିଓ ସୋଶିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ପୁଲିସ୍‌ ଏହି ଭିଡିଓଟିକୁ ଯାଞ୍ଚ କରିବା ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ, ଏକ କମେଡି ପ୍ରୋଗ୍ରାମରେ ଖ୍ରୀଷ୍ଟିଆନ୍‌ ଧର୍ମକୁ ନେଇ ଏହି ୩ ସେଲେବ୍ରିଟି ଯେଉଁ ଶବ୍ଦର ପ୍ରୟୋଗ କରିଥିଲେ ତାହା ଧର୍ମକୁ ଅପମାନ ବୋଲି ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା, ଏହି ପ୍ରୋଗ୍ରାମଟି ଖ୍ରୀଷ୍ଟମାସ୍‌ ଦିନ ହିଁ ପ୍ରସାରିତ ହୋଇଥିଲା। ଏହି ଘଟଣାକୁ ନେଇ ଏହି ୩ ଜଣ ସେଲେବ୍ରିଟିଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.