Odisha Link
Bridging the Missing Links in Odisha

ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ବଲାଙ୍ଗୀର: ଆଜି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ। ଆଜି ସକାଳ ରାୟପୁର ଏୟାରପେ।ର୍ଟଠାରୁ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ଆସି ବଲାଙ୍ଗୀର ପଥରଚେତା ହାଲିପ୍ୟାଡଠାରେ ପହଞ୍ଚିବେ ଉପରାଷ୍ଟ୍ରପତି। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ।
ପ୍ରଥମେ ବରକାନିଠାରେ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ (ବି.ପି.ସି.ଏଲ୍) ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉପରାଷ୍ଟ୍ରପତି ଲୋକାର୍ପିତ କରିବେ। ଏହାପରେ  ବରକାନିଠାରୁ ବାହାରି ରାଜେନ୍ଦ୍ର କଲେଜ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯେ।ଗଦେବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ, ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ତେବେ ୨ଟି କାର୍ଯ୍ୟକ୍ରମରେ ଏକ ଘଣ୍ଟା ୧୦ ମିନିଟ୍ କାର୍ଯ୍ୟକ୍ରମ ପରେ ଉପରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବଲାଙ୍ଗୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସେପଟେ ରାଜେନ୍ଦ୍ର କଲେଜ ପ୍ଳାଟିନମ୍ ଜୁବୁଲି କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଯୋଗ ଦେବେନାହିଁ । ନିମନ୍ତ୍ରଣ ପତ୍ରରେ ତାଙ୍କର ନାଁ ଥିଲେ ମଧ୍ୟ ତାଙ୍କୁ ବ୍ୟକ୍ତିଗତ ଭାବରେ କମିଟି ଡାକି ନଥିବାରୁ ସେ ସାମିଲ ହୋଇପାରିବେ ନାହିଁ ବୋଲି କହିଛନ୍ତି। ସେପଟେ କମିଟି ତରଫରୁ ଭୁବନେଶ୍ବର ଘରେ ନିମନ୍ତ୍ରଣ କରାଯାଇଛି। ଯଦି ବି କିଛି ଭୁଲ୍ ହୋଇଛି ତାହେଲେ ଆମେ କ୍ଷମା ମାଗୁଛୁ ବୋଲି କମିଟି ପକ୍ଷରୁ କୁହାଯାଇଛି।

Comments are closed.