Odisha Link
Bridging the Missing Links in Odisha

ବିଦେଶୀ ଡାକ୍ତରୀ ଡିଗ୍ରି ଧାରୀଙ୍କୁ ମିଳୁନାହିଁ ନିଜ ଦେଶରେ ଚାକିରି

ନୂଆଦିଲ୍ଲୀ : ପିତାମାତା ମାନେ ପିଲା ମାନଙ୍କୁ ଅଧିକ ପାଠ ପଢ଼େଇବା ପାଇଁ ବିଦେଶ କୁ ଛାଡ଼ି ଥାନ୍ତି । ଶିଶୁଟିଏ ଜନ୍ମ ହେବା ପୂର୍ବରୁ ବାପା ମା ପିଲାକୁ ଡ଼ାକ୍ତର କରିବା ବୋଲି ଭାବି ନେଇଥାନ୍ତି । କିନ୍ତୁରେ ଦେଶରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ମେଡିକାଲ କଲେଜମାନଙ୍କରେ ସିଟ୍‌ ର ଘୋର ଅଭାବ ।

ସେଥିପାଇଁ ପ୍ରତ୍ୟେକ ବର୍ଷ ଏମ୍‌ବିବିଏସ୍‌ ପଢ଼ିବା ପାଇଁ ଆଗ୍ରହୀ ଥିବା ଦେଶର ହଜାର ହଜାର ଛାତ୍ରଛାତ୍ରୀ ଦେଶରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ସିଟ୍‌ ପାଇବାରୁ ବଞ୍ଚିତ ହୋଇଥାନ୍ତି । ସେଥିପାଇଁ ଏକାଧିକ ବିଦେଶୀ ରାଷ୍ଟ୍ରକୁ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପଢ଼ିବା ପାଇଁ ଯାଇଥାନ୍ତି ।

ବିଦେଶରେ ଥିବା ମେଡିକାଲ କଲେଜମାନଙ୍କରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ପଢ଼ିବା ପାଇଁ ପାଠକଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ସେମାନଙ୍କୁ ୫ରୁ ୬ ବର୍ଷ କାଳ ବିଦେଶରେ ରହିବା ପାଇଁ ପଡ଼ିଥାଏ । ଟ୍ୟୁସନ ଫି’ ଓ ବିଦେଶରେ ରହଣି ବାବଦରେ ଭାରତୀୟ ମୁଦ୍ରାରେ ପ୍ରାୟ ୧ କୋଟି ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

କିନ୍ତୁ ଏହି ଛାତ୍ରଛାତ୍ରୀମାନେ ଯେତେବେଳେ ବିଦେଶରୁ ସେମାନଙ୍କର ଏମ୍‌ବିବିଏସ୍‌ ଶିକ୍ଷା ସମାପ୍ତ କରି ସ୍ୱଦେଶ ଆସିଥାନ୍ତି , ସେତେବେଳେ ଏମାନଙ୍କ ମଧ୍ୟରୁ ୮୪ ପ୍ରତିଶତ ଭାରତରେ ଡାକ୍ତରୀ ବୃତ୍ତିରେ ନିୟୋଜିତ ହେବାକୁ ଅଯୋଗ୍ୟ ଘୋଷିତ କରାଯାଇଥାଏ। କାରଣ, ଭାରତର ଆଇନ୍‌ ବ୍ୟବସ୍ଥା କହୁଛି, ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଏମ୍‌ବିବିଏସ୍‌ ଶିକ୍ଷା ସମାପ୍ତ କରି ଡିଗ୍ରି ଧରି ସ୍ୱଦେଶକୁ ଆସିବାପରେ ଭାରତରେ ଡାକ୍ତରୀ ବୃତ୍ତିରେ ନିୟୋଜିତ ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ସର୍ବପ୍ରଥମେ ‘ଫୋରେନ୍‌ ମେଡିକାଲ ଗ୍ରାଜୁଏଟ୍‌ ଏଗ୍ଜାମିନେସନ୍‌’ (ଏଫ୍‌ଏମ୍‌ଜିଇ) ବା ବିଦେଶୀ ଭେଷଜ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼େ। ଏହି ପରୀକ୍ଷାକୁ ଜାତୀୟ ପରୀକ୍ଷା ବୋର୍ଡ ବା ନ୍ୟାସନାଲ ବୋର୍ଡ ଅଫ୍‌ ଏଗ୍ଜାମିନେସନ୍‌ (ଏନ୍‌ବିଇ) ସଂଚାଳନ କରିଥାଏ। କିନ୍ତୁ ନ୍ୟୁଜିଲାଣ୍ଡ, ୟୁକେ, ଅଷ୍ଟ୍ରେଲିଆ, କାନାଡା, ଏବଂ ୟୁଏସ୍‌ରୁ ଏମ୍‌ବିବିଏସ୍‌ ବା ତଦୁର୍ଦ୍ଧ ଡିଗ୍ରି ଧରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏହିପରୀକ୍ଷା ଦେବାକୁ ପଡ଼ି ନଥାଏ।

Comments are closed.