Odisha Link
Bridging the Missing Links in Odisha

ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ପରିଦର୍ଶନ କଲେ ତୁଷାରକାନ୍ତି

ଭୁବନେଶ୍ବର : ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଗସ୍ତରେ ଥିବାବେଳେ ସ୍ୱାଧୀନତା ସଂଗ୍ରାମୀ ଇର୍ମାବାକା ସ୍ମରଣୀୟ ଜିଲ୍ଲା ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।

ଏହି ପରିଦ ଶର୍ନ ସମୟରେ ମନ୍ତ୍ରୀ ବେହେରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ସେଠାରେ ଛାତ୍ରଛାତ୍ରୀମାନଙ୍କ ସହ ପାଠ ପଢ଼ା ଏବଂ ଅନ୍ୟାନ୍ୟ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ।

ବିଦ୍ୟାଳୟରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିବାବେଳେ ଶ୍ରେଣୀଗୃହ, ବାଳକ ମାନଙ୍କ ପାଇଁ ହଷ୍ଟେଲ ଏବଂ ଡାଇନିଂ ଗୃହର ଅଭାବ ଥିବା ମନ୍ତ୍ରୀ ବେହେରା ଜାଣିବାକୁ ପାଇଥିଲେ । ଏହି ସମସ୍ୟା ତୁରନ୍ତ ସମାଧାନ ଦିଗରେ ସରକାରୀ ସ୍ତରରେ ଉଦ୍ୟମ କରିବେ ବୋଲି ମନ୍ତ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ ।

Comments are closed.