Odisha Link
Bridging the Missing Links in Odisha

ମାଙ୍କଡ଼ ଭୟରେ ଛାତରୁ ଖସି ମହିଳାଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ବିଞ୍ଝାରପୁର ଥାନା ଅନ୍ତର୍ଗତ ବରୀଲୋ ଗାଁର ଅରୁଣ ସ୍ବାଇଁଙ୍କ ପତ୍ନୀ ଜୟନ୍ତୀ ସ୍ବାଇଁ ମୃତ୍ୟୁ ହୋଇଛି । ଆଜି ସକାଳେ ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିବା ବେଳେ ମାଙ୍କଡ ତାଙ୍କୁ ଆକ୍ରମଣ କରିଥିଲା । ଭୟଭୀତ ହୋଇ ଦୌଡି ପଳାଇ ଯାଉଥିବାବେଳେ ଛାତରୁ ଖସିପଡିଥିଲେ। ଘର ଲୋକେ ଜୟନ୍ତୀ ତଳେ ପଡିଥିବାର ଦେଖି ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛି । ଜୟନ୍ତୀଙ୍କ ମୃତ୍ୟୁ ପରେ ଗ୍ରାମରେ ମାଙ୍କଡ ଉପଦ୍ରବକୁ ନେଇ ଭୟର ସୃଷ୍ଟି ହୋଇଛି । ମାଙ୍କଡମାନଙ୍କର ଉପଦ୍ରବ ଏବଂ ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ କରିବା ଗଣମାଧ୍ୟମରେ ପ୍ରକାଶିତ ହେଲେ ମଧ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

Comments are closed.