Odisha Link
Bridging the Missing Links in Odisha

ଘଡ଼ାଇ ଆବସିକ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଘଡ଼ାଇ ଆବସିକ ମହାବିଦ୍ୟାଳୟରେ ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ପାଢ଼ି, ସମ୍ମାନିତ ଅତିଥି ରୂପେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୁଣନିଧି ନାୟକଙ୍କ, ଆରକ୍ଷୀ ନିରୀକ୍ଷକ ଶ୍ଯାମ ସୁନ୍ଦର୍ ସୋରେନ, ଘଡାଇ କଲେଜ ପରିଚାଳକ ସୁରେଶ ଚନ୍ଦ୍ର ଘଡାଇ, ମହାବିଦ୍ୟାଳୟ ଅଧ୍ୟକ୍ଷ ଦାନିଆଲ ସରକାର ଓ ଯୁକ୍ତ ତିନି ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ ଆଦି ମଞ୍ଚାସୀନ ଥିଲେ।ମହାବିଦ୍ୟାଳୟ ଅଧ୍ୟକ୍ଷ ଦାନିଆଲ ସରକାର ମହାବିଦ୍ୟାଳୟ ର ବାର୍ଷିକ ବିବରଣୀ ପ୍ରଦାନ କରିଥିବା ସହ ମହାବିଦ୍ୟାଳୟ ର ଅଧ୍ୟାପକ ସତ୍ୟବ୍ରତ ସାମଲ ମଞ୍ଚାସୀନ ଅତିଥି ଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଆଦିତ୍ୟ ପାଢ଼ି ଜିଲ୍ଲା ରେ ଶିକ୍ଷାର ବିକାଶ ଓ ଯୁକ୍ତ ଦୁଇ କ୍ଷେତ୍ରରେ ଘଡାଇ ଆବସିକ ମହାବିଦ୍ୟାଳୟ ଜିଲ୍ଲା ରେ ନିଜର ଏକ ଶ୍ରେଷ୍ଠ ପରିଚୟ ସ୍ରୁଷ୍ଟି କରିଥିବା କହିଥିଲେ। ସେ କହିଥିଲେ ଜିଲ୍ଲା ରେ ଯୁକ୍ତ ଦୁଇ ରେ ସର୍ବାଧିକ 30 ଖଣ୍ଡ ଲାପଟପ ପାଇଁ ଥିବା ବେଳେ ଆଗାମୀ ଦିନରେ ଏହି ସଂଖା ଆଗକୁ ବଢିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସମ୍ମାନିତ ଅତିଥି ଗୁଣନିଧି ନାୟକ ନିଜ ଛାତ୍ର ଜୀବନ ରେ ସେ କରିଥିବା ସଂଘର୍ଷ ଓ ସେଥିରୁ ପାଇଥିବା ଶିକ୍ଷା ସମ୍ପର୍କରେ ପିଲା ମାନ ଙ୍କୁ ବୁଝେଇ ଥିଲେ। ଯୁକ୍ତ ତିନି ଅଧକ୍ଷ ସୁଧାକର ପଟ୍ଟନାୟକ କଲେଜ ର ସଫଳତା ପଛରେ ସମସ୍ତ ଙ୍କର ହାତଥିବା ଓ କିଭଲି ଘଡାଇ ଟ୍ୟୁଟୋରିଆଲ ରୁ ଆଜି ଜିଲ୍ଲା ରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ହୋଇଛି ସେ ସମ୍ପର୍କରେ ସୁଚନା ଦେଇଥିଲେ।


ଛାତ୍ର ଜୀବନ ରେ ଆବଶ୍ଯକ ଥିବା ଶୃଙ୍ଖଳା ଉପରେ ମଞ୍ଚାସୀନ ଅତିଥି ମାନେ ଆଲୋକପାତ କରିଥିଲେ। ଘଡାଇ ଅନୁଷ୍ଠାନ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନ ଙ୍କ ଦ୍ଵାରା ପ୍ରସ୍ତୁତ ହୋଉଥିବା ଏକ ସୁଜନଶୀଳ ପୁସ୍ତକ ‘ବିଜେତା” ଉପସ୍ଥିତ ଅତିଥି ମାନ ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ଏଥିରେ ବିଭିନ୍ନ ଶିକ୍ଷଣିୟ ଲେଖା ଓ ବିଭିନ୍ନ ଜରୁରୀ ଆବଶ୍ୟକୀୟ ସୂଚନା ଆଦି ମୁଦ୍ରଣ କରାଯାଇଛି। ସନ୍ଧ୍ଯା ରେ ଘଡାଇ ଆବସିକ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନ ଙ୍କ ଦ୍ୟାରାସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଛାତ୍ରଛାତ୍ରୀମାନେ ନିଜ ନିଜ ର କଳା ର ପଦର୍ଶନ କରିଥିଲେ। ଶେଷ ରେ ମହାବିଦ୍ୟାଳୟ ର ଗଣିତ ଅଧ୍ୟାପିକା ସ୍ନେହା ମାମ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଅଭିଭାବକ ଓ ଅତିଥିମାନଙ୍କୁ ଆନ୍ତରିକତା ର ସହିତ ଧନ୍ଯବାଦ ଅର୍ପଣ କରିଥିଲେ।

Comments are closed.