Odisha Link
Bridging the Missing Links in Odisha

ଜଙ୍ଗଲରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

କଣ୍ଟାବାଞ୍ଜି: ସିନ୍ଧେକେଲା ଥାନା ଗୁଜିଚକା ଗାଁ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ। ଘଟଣାସ୍ଥଳରେ ସିନ୍ଧେକେଲା ପୋଲିସ ଓ ବଲାଙ୍ଗୀର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଗତ ୨୪ ତାରିଖରୁ ନିଖୋଜ ଥିଲେ ନାବାଳିକା। ନାବାଳିକାକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ନାବାଳିକାର ବଡ଼ ଭାଇକୁ ଅଟକ ରଖି ପୋଲିସ୍ ଛାନଭିନ୍‌ ଚଳାଇଛି। ପୂର୍ବରୁ ମଧ୍ୟ ଅଟକ ଥିବା ଯୁବକ ଏକ ନାବାଳକକୁ ବଳି ଦେଇଥିବା ଅଭିଯୋଗରେ ଜେଲ ଯାଇଥିଲା ।

Comments are closed.