Odisha Link
Bridging the Missing Links in Odisha

ରାଷ୍ଟ୍ରପତି ପଦ ପାଇଁ ଚର୍ଚ୍ଚାରେ ଶରଦ ପାଓ୍ବାରଙ୍କ ନାମ, ଶିବସେନା କହିଲା…

ମୁମ୍ବାଇ: ଦେଶରେ ୨୦୨୨ ମସିହାରେ ହେବ ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନକୁ ଆହୁରି ୨ବର୍ଷ ଥିଲେ ସୁଦ୍ଧା ରାଷ୍ଟ୍ରପତି ପଦକୁ ନେଇ ଆରମ୍ଭ ହେଲାଣି ରାଜନୀତି। ଶିବସେନା ରାଷ୍ଟ୍ରପତି ପଦବୀ ପାଇଁ ଲବି କରିବା ଆରମ୍ଭ କରିଛି।

ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଦେଶର ଜଣେ ବରିଷ୍ଠ ନେତା। ତାଙ୍କ ନାମକୁ ସର୍ବସମ୍ମତି କ୍ରମେ ସମସ୍ତ ଦଳ ସମର୍ଥନ କରିବା ଉଚିତ। ତାଙ୍କୁ ଦେଶର ଆଗାମୀ ରାଷ୍ଟ୍ରପତି କରାଯାଉ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି। ୨୦୨୨ ବେଳକୁ ବିରୋଧୀଙ୍କ ସଂଖ୍ୟା ଅଧିକ ରହିବ। ତେଣୁ ତାଙ୍କ ପକ୍ଷ ହିଁ ଦେଶର ଆଗାମୀ ରାଷ୍ଟ୍ରପତି ବାବଦରେ ନିଷ୍ପତ୍ତି ନେବ ବୋଲି ସଞ୍ଜୟ କହିଛନ୍ତି।

Comments are closed.