Odisha Link
Bridging the Missing Links in Odisha

ପୋଲିସ ଜିପରେ ଟାଇଗର !

ମୁମ୍ବାଇ : ସମସ୍ତଙ୍କ ଦୃଦୟରେ ରାଜ କରୁଥିବା ବଲିଉଡ଼ ନାୟକ ଟାଇଗର ସ୍ରୋଫ ଚର୍ଚ୍ଚାରେ । ସେ ନିଜର ଆକ୍ସନ ଏବଂ ଡ୍ୟାନ୍ସରେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ଟାଇଗର ଟାଇଗରଙ୍କର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପୋଲିସ ଅଧିକାରୀ ତାଙ୍କୁ ଗିରଫ୍‌ କରୁଥିବାର ନଜର ଆସିଛନ୍ତି ।

ଏହି ଫଟୋରେ ଟାଇଗର ସ୍ରଫ୍‌ ପୋଲିସ ଗାଡିରେ ବସିଥିବାର ମଧ୍ୟ ନଜର ଆସିଛନ୍ତି। ତେବେ ପୋଲିସ ତାଙ୍କୁ କଣ ପାଇଁ ଗିରଫ କରିଛି ଆପଣ ନିଶ୍ଚିତ ଭାବୁଥିବେ । କିନ୍ତୁ ପ୍ରକୃତ କଥାଟି ହେଲା ଫଟୋଟି ଟାଇଗରଙ୍କ ଅଭିନୀତ ସିନେମା ବାଗୀ୩ । ଏହି ଫଟୋଟିକୁ ଟାଇଗର୍‌ଙ୍କ ଫ୍ୟାନ୍‌କ୍ଲବ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି, ଯାହା ଭାଇରାଲ୍‌ ହୋଇଛି । ଏହି ଫଟୋକୁ ତାଙ୍କ ଫ୍ୟାନ୍‌ମାନେ ଲାଇକ୍ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

https://www.instagram.com/p/B7AQVk0h9Fa/

ସୂଚନାଯୋଗ୍ୟ, ଏହି ସିନେମାଟି ୨୦୧୬ରେ ଆସିଥିବା ସିନେମା ‘ବାଗୀ’ର ତୃତୀୟ ଭାଗ । ଏଥିରେ ମଧ୍ୟ ପ୍ରଥମ ସିନେମା ପରି ଟାଇଗର୍‌ ଓ ଶ୍ରଦ୍ଧା କପୁର ଲିଡ୍‌ ରୋଲ୍‌ରେ ଅଛନ୍ତି । ଏହା ଦ୍ୱିତୀୟ ଭାଗ ‘ବାଗୀ ୨’ରେ ଟାଇଗର୍‌ଙ୍କ ସହ ଦିଶା ପଟାନୀ ଥିଲେ ।

ସେମାନଙ୍କ ବ୍ୟତୀତ ସିନେମାରେ ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ ଓ ଚଙ୍କି ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅହ୍‌ମଦ୍ ଖାନ୍ ଏହାର ନିର୍ଦ୍ଦେଶନା ଭାର ଉଠେଇଛନ୍ତି । ସିନେମାଟି ଚଳିତ ବର୍ଷ ମାର୍ଚ୍ଚ୭ରେ ସିନେପରଦାକୁ ଆସିବ।

Comments are closed.