Odisha Link
Bridging the Missing Links in Odisha

ଜେଏନୟୁରେ ବାମପନ୍ଥୀ ଗୁଣ୍ଡାରାଜ ବିରୋଦ୍ଧରେ ବାହାରିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ଭୁବନେଶ୍ୱର : ଜବାହାରଲାଲ ବିଶ୍ୱବିଦ୍ୟାଳୟରେ ବାମପନ୍ଥୀ ଛାତ୍ର ସଂଗଠନର ଗୁଣ୍ଡାମାନେ ଏବିଭିପିର କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସାଧାରଣ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି । ଏହାର ପ୍ରତିବାଦରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବାମପନ୍ଥୀ ଗୁଣ୍ଡା ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।

ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି କୁଳପତିଙ୍କ ଅଫିସ ସମ୍ମୁଖରୁ ମୁଖ୍ୟ ଗେଟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ । ବାମପନ୍ଥୀ ମାନେ କିଛି ଫେକ୍ ହ୍ୱାଟସାପ ଗ୍ରୁପର ସ୍କ୍ରୀନସଟ ଏବଂ ନିଜ ବାମପନ୍ଥୀ ମାନେ ସାଧାରଣ ଛାତ୍ରଛାତ୍ରୀ ସାଥି ମାନଙ୍କୁ ଏକାଠି କରି ଗୁଣ୍ଡାରାଜ କରୁଥିବା ଚିତ୍ର ସାମାଜିକ ଗଣମାଧ୍ୟମରେ ଆସୁଥିଲେ ମଧ୍ୟ ପ୍ରଶାସନ କାହିଁକି ଚୁପ ଅଛି ବୋଲି ଛାତ୍ରଛାତ୍ରୀ ମାନେ କହିଥିଲେ ।

ତିନିଦିନ ହେଲା ଜେଏନୟୁରେ ବାମପନ୍ଥୀ ମାନେ ସାଧାରଣ ଛାତ୍ରଛାତ୍ରୀ ମାନଙ୍କୁ ରେଜିଷ୍ଟ୍ରେସନ ଫର୍ମ ଚିରିଦେଉଥିବା ସତ୍ୱେ ବିଶ୍ୱବିଦ୍ୟାଳୟ ପ୍ରଶାସନ କଣ ପାଇଁ ଚୁପ ଥିଲା ? ଏଭଳି ପ୍ରଶ୍ନ ଉଠାଇଛନ୍ତି । କ୍ୟାମ୍ପସରେ ହିଂସାର କୈାଣସି ସ୍ଥାନ ନାହିଁ କିନ୍ତୁ ବାମପନ୍ଥୀ ଗୁଣ୍ଡା ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜର ଦାବି ଉପସ୍ଥାପନ କରିଛି ।

ଛାତ୍ର ମାନଙ୍କ ମଧ୍ୟରେ ଗୋପବନ୍ଧୁ ଜେନା, ସୁଧାଂଶୁ ଶେଖର ମହାପାତ୍ର, ମାନସ ରଂଜନ ବେହେରା, ପ୍ରୀତମ କୁମାର ମହାନ୍ତ, ଆଲୋକ କୁମାର ବେହେରା, ସ୍ୱୟଂଜିତ ପଟ୍ଟନାୟକ, ଶୁଭକାନ୍ତ ରାଉତ, ଶିବଶକ୍ତି ଦିଗଲ, ସୁବ୍ରତ ବିଶ୍ୱାଳ, ସଂଜୟ ମଲ୍ଲିକ, ଜ୍ୟୋତି ରଂଜନ ଇଲୁ, ରତନ ଦିଗଲ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.