Odisha Link
Bridging the Missing Links in Odisha

ଖରାଛୁଟିରେ ସ୍କୁଲରେ ଏକ୍ସଟ୍ରା କ୍ଲାସ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଏଣିକି ଶିକ୍ଷକଙ୍କୁ ମିଳିବନି ଖରାଛୁଟି। ଗ୍ରୀଷ୍ମ ଅବକାଶରେ ଚାଲିବ ସ୍ୱତନ୍ତ୍ର କ୍ଲାସ। ଖରାଛୁଟିରେ ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ। ଉଜ୍ଜ୍ୱଳ, ଉତଥାନ, ଉତ୍କର୍ଷ ମାଧ୍ୟମରେ ପାଠ ପଢାଇବେ ଶିକ୍ଷକ। ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ ଛୁଟି ନେଇପାରିବେ ନାହିଁ। ଏହି ସମୟରେ ବିଦ୍ୟାଳୟର ଦୁର୍ବଳ ଛାତ୍ରଛାତ୍ରୀଙ୍କ କ୍ଲାସ ନେବେ ଶିକ୍ଷକ।

Comments are closed.