Odisha Link
Bridging the Missing Links in Odisha

ଶ୍ରେଷ୍ଠ ୨୫ ସାଂସଦଙ୍କ ମଧ୍ୟରେ ଅଚ୍ୟୁତ ସାମନ୍ତ

ଭୁବନେଶ୍ବର: ଦେଶର ଶ୍ରେଷ୍ଠ ୨୫ ଜଣ ସାଂସଦଙ୍କ ମଧ୍ୟରେ ରହିଛି ଓଡ଼ିଶାରୁ ଅଚ୍ୟୁତ ସାମନ୍ତଙ୍କ ନାମ। ହିନ୍ଦୀ ଖବର ପତ୍ରିକା ଫେମ୍‌ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ଭେରେ ଅଚ୍ୟୁତଙ୍କୁ ଏହି ଗୌରବ ମିଳିଛି।

ଫେମ୍‌ ଇଣ୍ଡିଆର ଚଳିତ ସଂଖ୍ୟାରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଦେଶର ମୋଟ ୨୫ ଜଣ ସାଂସଦଙ୍କ ମଧ୍ୟରେ ଏଥିରେ ସ୍ଥାନିତ ହୋଇଛନ୍ତି କନ୍ଧମାଳ ସାଂସଦ ତଥା କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

ଫେମ୍‌ ଇଣ୍ଡିଆ ପତ୍ରିକା ଓ ଏସିଆ ପୋଷ୍ଟ୍‌ ପକ୍ଷରୁ ହୋଇଥିବା ମିଳିତ ସର୍ଭେରେ କୁହାଯାଇଛି ଯେ ଡକ୍ଟର ସାମନ୍ତ ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟକରି ବିଶ୍ବବିଦିତ ହୋଇଛନ୍ତି। ତାଙ୍କୁ ସହଜ, ସରଳ ଓ ସୁଲଭ ବ୍ୟକ୍ତିତ୍ବ ଭାବରେ ଦର୍ଶାଇଛି ଫେମ୍‌ ଇଣ୍ଡିଆ। ଏଥିରେ ତାଙ୍କୁ ସମାଜ ପ୍ରବର୍ତ୍ତକ ଭାବେ ବର୍ଣ୍ଣନା କରାଯାଇଛି।

Comments are closed.