Odisha Link
Bridging the Missing Links in Odisha

ଆସନ୍ତାକାଲି ଅଜୟ ଓ ଦୀପିକାଙ୍କ ଟକ୍କର୍

ମୁମ୍ବାଇ: ଆସନ୍ତାକାଲି ଦୁଇଟି ବଡ଼ ସିନେମା ସିନେପରଦାକୁ ଆସୁଛି । ସିନେମା ଦୁଇଟି ସତ୍ୟ ଘାଟଣା ଉପରେ ଆଧାରିତ । ଏହି ସିନେମା ଦୁଇଟି ହେଉଛି ‘ଛପାକ୍’ ଓ ‘ତାନାଜୀ’। ଉଭୟ ଫିଲ୍ମର ଟ୍ରେଲର୍‌କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଆସନ୍ତୁ ଜାଣିବା ଉଭୟ ସିନେମା ବିଷୟରେ।

ତାନାଜୀ : ଓମ୍ ରାୱତ୍ ଙ୍କ ନିର୍ଦ୍ଦେଶିତ ସିନେମା ତାନାଜୀ ଆସନ୍ତାକାଲି ପରଦାରେ ଦେଖିବାକୁ ମିଳିବ । ସିନେମାରେ ଅଜୟଙ୍କ ସହ କାଜୋଲ ଓ ସୈଫ ଅଲ୍ଲୀ ଖାନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିନେମାଟି ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ପ୍ରସ୍ତୁତ ହୋଇଛି। ବିଶେଷ କରି ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ। ଅଜୟଙ୍କର ଏହା ୧୦୦ତମ ସିନେମା । ପ୍ରାୟ ୯ ବର୍ଷ ପରେ ଅଜୟ ଓ କାଜୋଲ ଙ୍କ ଯୋଡ଼ିକୁ ଦର୍ଶକ ପୁଣିଥରେ ଏକାଠି ଦେଖିବେ।

ଛପାକ୍ : ସିନେମା ଛପାକ ଏକ ଏସିଡ୍ ଆକ୍ରମଣ ଉପରେ ଆଧାରିତ । ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଉପରେ ନିର୍ମାଣ ହୋଇଛି ସିନେମା ‘ଛପାକ୍’। ସିନେମାଟିକୁ ମେଘନା ଗୁଲଜାର୍‌ ନିର୍ଦ୍ଦେଶନା ଦେଇଛନ୍ତି । ଦର୍ଶକ ସିନେମାରେ ଦୀପିକାଙ୍କ ସହ ବିକ୍ରାନ୍ତ ମେସିଙ୍କୁ ମଧ୍ୟ ଲିଡ୍ ରୋଲ୍‌ରେ ଦେଖିବାକୁ ପାଇବେ। ସିନେମାରେ ଦୀପିକାଙ୍କ ଲୁକ୍‌ ଏକଦମ୍‌ ଲକ୍ଷ୍ମୀଙ୍କ ଭଳି ରହିଛି । ଏହି ସିନେମା ଜରିଆରେ ଦୀପିକା ପ୍ରଯୋଜନା କ୍ଷତ୍ରରେ ମଧ୍ୟ ପାଦ ଥାପିଛନ୍ତି ।

Comments are closed.