Odisha Link
Bridging the Missing Links in Odisha

୩ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ହାଇଲେବଲ କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ୧୭ ହଜାର ୮ ଶହ ୩୩ କୋଟି ଟଙ୍କା ପୁଞ୍ଜିନିବେଶ ହେବା ସହ ୬ ହଜାର ୫୩୯ ନିଯୁକ୍ତି ସୃଷ୍ଟି ହେବ। ହିଣ୍ଡାଲକୋ ପାଇଁ ୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ହିଣ୍ଡାଲକୋରେ ନିଯୁକ୍ତି ପାଇବେ ୪୨୫୦ଜଣ। ସେହିପରି ଏନଟିପିସି ପାଇଁ ୮ ହଜାର କୋଟ ଟଙ୍କା ଓ ରୁଙ୍ଗଟା ପାଇଁ ପ୍ରାୟ ୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଓଡ଼ିଶାର ଯୁବକଯୁବତୀ କିପରି ଅଧିକରୁ ଅଧିକ ନିଯୁକ୍ତ ମିଳିବ, ସେନେଇ ରୂପରେଖ ପ୍ରସ୍ତୁତ ହୋଇଛି। ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏନେଇ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ନୀଳାଚଳ ଇସ୍ପାତ ସଂପ୍ରସାରଣ ନେଇ ପୂର୍ବରୁ ଆଲୋଚନା ହୋଇଥିଲା। ଏଥିପାଇଁ ସରକାରଙ୍କ ପକ୍ଷରୁ ସହମତି ପ୍ରଦାନ କରାଯାଇଛି। ତେବେ, ଯିଏ ଏହାକୁ ଲାଭଦାୟକ କରିବା ସହ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରିବ ଓ ଏବଂ ସ୍ଥାନୀୟ ଲୋକଙ୍କ ହିତ ଉଦ୍ଦେଶ୍ୟରେ କାମ କରିବ ତାଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର।

Comments are closed.