Odisha Link
Bridging the Missing Links in Odisha

ଘର ଭିତରୁ ଉଦ୍ଧାର ହେଲା ୪ ଜଣଙ୍କ ମୃତଦେହ

ରାଜଗାଙ୍ଗପୁର:  ରାଜଗାଙ୍ଗପୁର ଆଇଟି କଲୋନୀ କ୍ୱାର୍ଟର୍ସରୁ ୪ ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଆଜି ଉକ୍ତ ଘରୁ ପଚା ଗନ୍ଧ ହେବାରୁ ପୁଲିସ ପହଞ୍ଚି ଛାନଭିନ କରିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ କବାଟ ଭାଙ୍ଗି ରଞ୍ଜିତ ପ୍ରସାଦ, ତାଙ୍କ ପତ୍ନୀ ଓ ୨ ଛୋଟ ଝିଅ ପୁଅଙ୍କ ଗଳିତ ଶବକୁ ଉଦ୍ଧାର କରିଛି। ମୃତ ରଞ୍ଜିତ ପ୍ରସାଦ ଓସିଏଲ କମ୍ପାନୀରେ ଚାକିରି କରୁଥିଲେ। ଗୁରୁବାର ପୋଡ଼ଶୀମାନେ ସମ୍ପୃକ୍ତ ପରିବାରକୁ ଶେଷ ଥର ପାଇଁ ଦେଖିଥିଲେ। ତେବେ କ୍ଷୀରରେ ବିଷ ଦେଇ ସମ୍ପୃକ୍ତ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି।

Comments are closed.