Odisha Link
Bridging the Missing Links in Odisha

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ବର: ସର୍ବସାଧାରଣଙ୍କ ପାଇଁ ଆଜିଠୁ ୫ଦିନ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ। ଚଳିତ ମାସରେ ୫ଦିନ ପାଇଁ ଲୋକସେବା ଭବନର ଉଦ୍ୟାନରେ ଯେକେହି ଶୀତଦିନିଆ ଫୁଲର ଆନନ୍ଦ ଉଠାଇପାରିବେ। ଉଦ୍ୟାନର ଶୋଭାକୁ ଯେଭଳି ସାଧାରଣ ଲୋକ ଉଠାଇପାରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସେଥିପାଇଁ ଚଳିତମାସ ୧୧, ୧୨,୧୯,୨୫ ଓ ୨୬ତାରିଖ ଅପରାହ୍ନ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଲୋକସେବା ଭବନର ଏକ ନମ୍ୱର ଗେଟ‌୍‍ ଦେଇ ସାଧାରଣ ଲୋକମାନେ ଏହି ଉଦ୍ୟାନର ଆନନ୍ଦ ନେଇପାରିବେ। ସୂଚନାଯୋଗ୍ୟ ଗତ ୫ତାରିଖରୁ ରାଜଭବନ ଉଦ୍ୟାନ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି।

Comments are closed.