Odisha Link
Bridging the Missing Links in Odisha

ବିରୋଧ ଓ ସମର୍ଥନ ମଧ୍ୟରେ ସାରା ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ଓ ସମର୍ଥନ ଚାଲିଛି। ଏହାରି ମଧ୍ୟରେ ଜାନୁଆରୀ ୧୦ (ଶୁକ୍ରବାର) ସାରା ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)। ଏନେଇ କେନ୍ଦ୍ର ସରକାର ଗତକାଲି(ଶୁକ୍ରବାର) ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାରି ଫଳରେ ସାରା ଦେଶରେ ଲାଗୁ ହେଲା ସିଏଏ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୨୦୨୦ ଜାନୁଆରୀ ୧୦ରୁ ନାଗରିକତା ସଂଶୋଧନ ଆଇନ ଲାଗୁ ହୋଇଯାଇଛି।

ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ-୨୦୧୯ (୨୦୧୯ର ୪୭) ଧାରା ୧ର ଉପଧାରା (୨) ଦ୍ୱାରା ପ୍ରଦତ୍ତ ଶକ୍ତି ପ୍ରୟୋଗ କରିଛନ୍ତି। ୨୦୨୦ ଜାନୁଆରୀ ୧୦ ତାରିଖରୁ ଏହା ଲାଗୁ ହୋଇଛି ।

ନାଗରିକତା ସଂଶୋଧନ ବିଲ୍‌ ଡିିସେମ୍ବର ୧୦ରେ ଲୋକସଭାରେ ଆଗତ ହେବା ପରେ ରାଜ୍ୟସଭାରେ ଆଗତ ହୋଇଥିଲା। ରାଷ୍ଟ୍ରପତିଙ୍କ ମୋହର ପରେ ଡିସେମ୍ବର ୧୨ରେ ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ଆଇନ୍। ଏହାଫଳରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ପ୍ରତାଡନାର ଶିକାର ହେଉଥିବା ହିନ୍ଦୁ, ଇସାଇ, ଶିଖ୍, ବୌଦ୍ଧ, ପାରସୀ ଓ ୟହୁଦି ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ।

ନାଗରିକା ସଂଶୋଧନ ଆଇନକୁ ପୂର୍ବୋତ୍ତର ରାଜ୍ୟରେ ବିରୋଧ କରାଯାଇଛି। ଆସାମ, ମେଘାଳୟ ସମେତ କିଛି ରାଜ୍ୟରେ ତୀବ୍ର ଆନ୍ଦୋଳନ ହୋଇଛି। ମାତ୍ର ସରକାର ଆଇନ ଲାଗୁ କରିବା ସମୟରେ ଘୋଷଣା କରିଥିଲେ ଯେ, ମେଘାଳୟ, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର ଓ କିଛି ଅଂଚଳରେ ଆଉନ ଲାଗୁ କରିବେ ନାହିଁ।

Comments are closed.