Odisha Link
Bridging the Missing Links in Odisha

ନିୟନ୍ତ୍ରଣ ହରାଇ ୨୦ ଫୁଟ ତଳକୁ ଖସିଲା ବସ୍‌

ଲକ୍ଷ୍ନୌ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଆଜି ସକାଳ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରାର ଫତେହାବାଦ ଥାନା ଅନ୍ତର୍ଗତ ଏକ୍ସପ୍ରେସ ୱେରେ ଅନିୟନ୍ତ୍ରିତ ହୋଇ ବସ୍‌ଟି ୨୦ ଫୁଟ ତଳକୁ ଓଲଟି ପଡ଼ିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ କଲେଜରେ ଭର୍ତ୍ତି କରାଇଛି। ଆହତଙ୍କ ମଧ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ, ଉତ୍ତରପ୍ରଦେଶ ପରିବହନ ନିଗମର ଏକ ଏସି ବସ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ବସଟି ଆଗ୍ରାରୁ ଲକ୍ଷ୍ନୌ ଯାଉଥିଲା। ଫତେହାବାଦ ଥାନା ଅନ୍ତର୍ଗତ ସିକରାରା ଗାଁ ନିକଟ ଏକ୍ସପ୍ରେସରେୱେ ଠାରେ ଏକ ଟ୍ରକର ଟାୟାର ଫାଟି ଯିବାରୁ ରାସ୍ତାରେ ଛିଡ଼ା ହୋଇଥିଲା। କୁହୁଡ଼ି କାରଣରୁ ବସ ଚାଳକଙ୍କୁ ଦୂରରୁ ଉକ୍ତ ଟ୍ରକଟି ଦେଖାଯାଇନଥିଲା। ଟ୍ରକରର ନିକଟବର୍ତ୍ତୀ ହେବା ପରେ ବସ ଚାଳକ ଟ୍ରକ ଟିକୁ ଦେଖି ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ବ୍ରକ୍ ଦେଇଥିଲେ, ଯାହା ଫଳରେ ବସଟି ଅନିୟନ୍ତ୍ରିତ ହୋଇ ୨୦ ଫୁଟ ତଳେ ସର୍ଭିସ ରାସ୍ତାକୁ ଯାଇ ଓଲଟି ପଡ଼ିଥିଲା। ବସ ଓଲଟିବା ପରେ ସ୍ଥାନୀୟଲୋକ ପୁଲିସକୁ ଏନେଇ ଖବର ଦେଇଥିଲେ।

Comments are closed.