ଭାରତୀୟ ବାୟୁସେନା କିଣିବ ୨୦୦ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା କିଣିବ ୨୦୦ ଯୁଦ୍ଧ ବିମାନ। ବାୟୁସେନାର ଆବଶ୍ୟକତାକୁ ଆଖିରେ ରଖି ୨୦୦ ବିମାନ କିଣାଯିବ ବୋଲି ଏନେଇ ପ୍ରତିରକ୍ଷା ସଚିବ ସୂଚନା ଦେଇଛନ୍ତି। ହାଲ୍ ଠାରୁ ୮୩ଟି ତେଜସ୍ ବିମାନ କିଣାଯିବ। ଏହାଛଡ଼ା ଆଉ ୧୧୦ଟି ଯୁଦ୍ଧ ବିମାନ କିଣାଯିବାକୁ ନିଷ୍ପତି ନିଆଯାଇଛି। ଖୁବ୍ ଶୀଘ୍ର ଏନେଇ ଆଗ୍ରହୀ କମ୍ପାନୀ ମାନଙ୍କ ଠାରୁ ଆବେଦନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ସଚିବ ସୂଚନା ଦେଇଛନ୍ତି। ବାୟୁସେନା ପାଖରେ ଏବେ ସୁଖୋଇ ୩୦, ମିରାଜ ୨୦୦୦, ମିଗ୍ ୨୯, ଜାଗୁଆର, ମିଗ୍ ୨୧ ପରି ଯୁଦ୍ଧ ବିମାନ ରହିଛି। ଚଳିତବର୍ଷ ଫ୍ରାନ୍ସ କମ୍ପାନୀ ଠାରୁ ଅଧିକ ରାଫେଲ ବିମାନ ମିଳିବାର ସମ୍ଭାବନା ରହିଛି।