Odisha Link
Bridging the Missing Links in Odisha

ଦେବବ୍ରତ ପାତ୍ର ହେଲେ ଆରବିଆଇ ଡେପୁଟୀ ଗଭର୍ଣ୍ଣର

ଭୁବନେଶ୍ବର: ରିଜର୍ଭ ବ୍ୟାଙ୍କରେ ନିଯୁକ୍ତି ହେଲେ ନୂଆ ଡେପୁଟୀ ଗଭର୍ଣ୍ଣର। ମାଇକେଲ ଦେବବ୍ରତ ପାତ୍ର ହେଲେ ଆରବିଆଇର ନୂଆ ଡେପୁଟୀ ଗଭର୍ଣ୍ଣର। ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ନିଯୁକ୍ତି ପାଇଲେ ଆରବିଆଇ ଡେପୁଟୀ ଗଭର୍ଣ୍ଣର ଦେବବ୍ରତ ପାତ୍ର। ଗତବର୍ଷ ଜୁଲାଇ ୨୩ରେ ଡେପୁଟି ଗଭର୍ଣ୍ଣର ପଦରୁ ବିରଳ ଆଚାର୍ଯ୍ୟ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦ ଖାଲି ପଡ଼ିଥିଲା। ଏବେ ଶ୍ରୀ ପାତ୍ର ଏହି ପଦରେ କାର୍ଯ୍ୟ କରିବେ। ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିବ। ସେ ଆରବିଆଇର ୪ର୍ଥ ଗଭର୍ଣ୍ଣର। ତାଙ୍କ ପାଖରେ ମନିଟାରୀ ପଲିସି ବିଭାଗ ରହିବ।

ପୂର୍ବରୁ ଶ୍ରୀ ପାତ୍ର ମନିଟାରୀ ପଲିସି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ  ଜଣେ ଏମପିସି ଭାବେ ପରିଚିତ। ସେ ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ସୁଧହାର କମାଇବା ଦିଗରେ ନିଆ ଯାଇଥିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଆଇଆଇଟି ମୁମ୍ବାଇରେ ଅର୍ଥନୀତିରେ ପିଏଚ୍‌ଡି କରିଥିବା ଶ୍ରୀ ପାତ୍ର ଅକ୍ଟୋବର ୨୦୦୫ରେ ମନିଟାରୀ ପଲିସି ବିଭାଗକୁ ଯିବା ପୂର୍ବରୁ ଅର୍ଥନୀତି ବିଶ୍ଲେଷଣ ବିଭାଗ ଓ ଅନ୍ତର୍ଜାତୀୟ ଫାଇନାନ୍ସ ପଲିସି ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ପାତ୍ର ଆରବିଆଇରେ ୧୯୮୫ ମସିହାରୁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଫାଇନାନ୍ସିଆଲ ଷ୍ଟାବିଲିଟି ଉପରେ ସେ ହାର୍ବଡ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟୋରାଲ ରିସର୍ଚ୍ଚ କରିଛନ୍ତି। ଏହାପୂର୍ବରୁ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ।

Comments are closed.