Odisha Link
Bridging the Missing Links in Odisha

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଗଞ୍ଜାମ: ଗଞ୍ଜାମ ଷ୍ଟେସନ ନିକଟରେ ଏକ କୋଇଲା ବୋଝଇ ଟ୍ରେନ ନଂ(୨୮୬୯୧)ରେ ଅଜି ସକାଳେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ୨ଟି ବଗିରେ ନିଆଁ ନିଆଯାଇଥିବା ଷ୍ଟେସନ ମ୍ୟାନେଜର ଦେଖିବା ପରେ ଛତ୍ରପୁର ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଏହାପରେ ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଟ୍ରେନଟି ତାଳଚେରରୁ ପଲାସା ଅଭିମୁଖେ ଯାଉଥିଲାବେଳେ ୨୨୧୪୧୦୬୬୨୯୫ ଏବଂ ୨୨୧୪୧୦୯୫୦୧୧ ନମ୍ବର ବଗିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା।

Comments are closed.