Odisha Link
Bridging the Missing Links in Odisha

ମାସ ଶେଷରେ ବନ୍ଦ ହେବ ବ୍ୟାଙ୍କ, ବ୍ୟାଙ୍କ ୟୁନିୟନ୍‌ କରିବ ହରତାଳ

ଭୁବନେଶ୍ବର: ମାସ ଶେଷରେ କିଛି ବ୍ୟାଙ୍କ କାର୍ଯ୍ୟ କରିବାକୁ ସ୍ଥିର କରିଛନ୍ତି କି? ତେବେ ତା ପୂର୍ବରୁ ବ୍ୟାଙ୍କ ସମ୍ବନ୍ଧୀୟ କାମ ଶେଷ କରିନିଅନ୍ତୁ। ଜାନୁଆରି ୩୧ ତାରିଖ ଓ ଫେବ୍ରୁଆରି ୧ ତାରିଖ ଲଗାତାର ଦୁଇ ଦିନ ଧରି ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

ଦରମା ପ୍ରଦାନ ଜନିତ ଅନେକ ସମସ୍ୟାକୁ କେନ୍ଦ୍ର କରି ବ୍ୟାଙ୍କ ୟୁନିୟନଗୁଡ଼ିକ ପୁଣିଥରେ ହରତାଳ କରିବାକୁ ଘୋଷଣା କରିଛନ୍ତି। ଚଳିତ ମାସର ଶେଷ ତାରିଖ ଶୁକ୍ରବାର ଓ ଫେବ୍ରୁଆରି ୧ ତାରିଖ ଶନିବାର ପଡୁଛି, ସାଧାରଣତଃ ଏହି ଦିନରେ ବ୍ୟାଙ୍କଗୁଡ଼ିକ ଖୋଲା ରହିଥାଏ। ଏହି ଦୁଇଦିନ ବ୍ୟାଙ୍କ ୟୁନିୟନ ହରତାଳ କରିବା ନେଇ ଘୋଷଣା କରିଛି। ଏହାଦ୍ୱାରା ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଟଙ୍କା ଦେଣନେଣରେ ଅସୁବିଧା ସୃଷ୍ଟି ହେବ ବୋଲି କୁହାଯାଉଛି।

ଜାନୁଆରି ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବା ସହ ଫେବ୍ରୁଆରି ୧ ତାରିଖରେ ଦେଶର ବଜେଟ୍ ଉପସ୍ଥାପନ ହେବ। ଏହିଦିନ ହିଁ ବ୍ୟାଙ୍କ ୟୁନିୟନ ନିଜର ଦାବି ପୂରଣ କରିବାକୁ ହରତାଳର ଆଶ୍ରୟ ନେବ ବୋଲି ଘୋଷଣା କରିଛି। ଯଦି ସେମାନଙ୍କ ଦାବି ମାର୍ଚ୍ଚ ମାସ ସୁଦ୍ଧା ପୂରଣ କରାଯିବନି ତେବେ ଏପ୍ରିଲ ୧ ତାରିଖରୁ ବ୍ୟାଙ୍କ କର୍ମଚାରୀମାନେ ଅନିଶ୍ଚିତ କାଳ ପାଇଁ ହରତାଳ କରିବେ ବୋଲି କୁହାଯାଇଛି।

ସୂଚନାଥାଉକି,ଜାନୁଆରି ୮ ତାରିଖ ଭାରତ ବନ୍ଦ ଦିନ ମଧ୍ୟ ବ୍ୟାଙ୍କ ୟୁନିୟନ ହରତାଳର ଡାକରା ଦେଇଥିଲା। ଏହିଦିନ ଅନେକ ବ୍ୟାଙ୍କ ବନ୍ଦ ରହିଥିଲା, ଯେଉଁ କେତେକ ବ୍ୟାଙ୍କ ଖୋଲା ରହିଥିଲା ସେ ସବୁରେ ଟଙ୍କା ଦେଣନେଣରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇଥିଲା।

Comments are closed.