Odisha Link
Bridging the Missing Links in Odisha

ବିସିସିଆଇର ବାର୍ଷିକ ଚୁକ୍ତିରୁ ବାଦ ପଡ଼ିଲେ ଧୋନି, ଜାଣନ୍ତୁ କେଉଁ ଗ୍ରେଡ଼ରେ କିଏ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଆଜି ଚଳିତ ବର୍ଷ ପାଇଁ ବିସିସିଆଇର ବାର୍ଷିକ ଖେଳାଳି ଚୁକ୍ତି ତାଲିକା ପ୍ରକାଶ କରିଛି। ଏ ପ୍ଲସ, ଏ, ବି ଓ ସି ଗ୍ରେଡ଼ ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଛି। ହେଲେ କୌଣସି ଗ୍ରେଡରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମ ନାହିଁ । ଯାହାକୁ ନେଇ ଧୋନିଙ୍କ ସନ୍ୟାସ ଉପରେ ଚର୍ଚ୍ଚା ଲାଗି ରହିଛି। ଏଥର ମୋଟ ୨୭ ଜଣଙ୍କୁ ଗ୍ରେଡରେ ସାମିଲ କରିଛି ବିସିସିଆଇ। ଅନ୍ୟପଟେ ୫ଜଣ ନବାଗତ ଖେଳାଳିଙ୍କୁ ଗ୍ରେଡରେ ସାମିଲ କରାଯାଇଛି।

ଏ ପ୍ଲସ ଗ୍ରେଡ଼ରେ ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରା। ସେହିପରି ଏ ଗ୍ରେଡ଼ରେ ଅଶ୍ୱିନ, ଜାଡ଼େଜା, ଭୁବନେଶ୍ୱର, ପୂଜାରୀ, ରାହାଣେ, ଜେ.ଏଲ୍. ରାହୁଲ, ଧାୱନ, ସାମି, ଈଶାନ୍ତ, କୁଳଦୀପ ଓ ରଷଭ ପନ୍ଥ। ବି ଗ୍ରେଡ଼ରେ ରଦ୍ଧିମାନ ଶାହ, ଉମେଶ ଯାଦବ, ଚହଲ, ହାର୍ଦ୍ଦିକ, ମୟଙ୍କ ଅଗ୍ରଓ୍ବାଲ। ସି ଗ୍ରେଡ଼ରେ କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଳ ଠାକୁର, ଶ୍ରେୟସ ଆୟର, ୱାଶିଂଟନ। ଏପ୍ଲସ ଗ୍ରେଡ଼ ଖେଳାଳି ବାର୍ଷିକ ୭କୋଟି ଟଙ୍କା ପାଇବେ। ଏ ଗ୍ରେଡ଼କୁ ୫କୋଟି, ବି କୁ ୩କୋଟି ଓ ସି କୁ ୧କୋଟି ଟଙ୍କା ମିଳିବ।

Comments are closed.