Odisha Link
Bridging the Missing Links in Odisha

‘ପରୀକ୍ଷା ପେ ଚର୍ଚ୍ଚା’ରେ ମୋଦୀଙ୍କ ସହ କଥା ହେବେ ଓଡ଼ିଶା ଛାତ୍ରଛାତ୍ରୀ

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ଚର୍ଚିତ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ରେ ଭାଗ ନେବେ ଓଡିଶାର ୨୮ ଜଣ ଛାତ୍ରଛାତ୍ରୀ। ଚଳିତ ମାସ ୨୦ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀଙ୍କ ସହ ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ପ୍ରଶ୍ନର ଉତ୍ତର ଦେବେ ପ୍ରଧାନମନ୍ତ୍ରୀ ମୋଦୀ। ଏନେଇ ଗତକାଲି କଟକ ମୁଣ୍ଡଳୀ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା କେନ୍ଦ୍ର ଆଇଟି ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଏହି ବିଷୟରେ ସୂଚନା ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଧୋତ୍ରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ସେମାନଙ୍କ ନୂଆ ଚିନ୍ତାଧାରା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଛନ୍ତି।

Comments are closed.