Odisha Link
Bridging the Missing Links in Odisha

ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ବଏସନା ରୋଡ଼ ଲାଖମରା ଛକରେ ଧାନ ବସ୍ତା ରଖି ରାସ୍ତା ରୋକ କରିଛନ୍ତି ଚାଷୀ। ଲାଖମରା ସୋସାଇଟିର ପାଖାପାଖି ୩୦୮ ଜଣ ଚାଷୀ ଧାନ ବିକ୍ରି ପାଇଁ ଟୋକନ୍ ନପାଇବାରୁ ରାସ୍ତାକୁ ଓହ୍ଲାଇଛନ୍ତି ।
ମଣ୍ଡିରେ ଧାନ ବିକି ନପାରିବା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି। ଘଟଣା ସଂପର୍କରେ ପଦ୍ମପୁର ଉପ ଜିଲ୍ଲାପାଳ ଓ ବରଗଡ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ବି କିଛି ଫଳ ନହେବାରୁ ବାଧ୍ୟ ହୋଇ ଚାଷୀ ଧାନ ରଖି ରାସ୍ତା ବସିଛନ୍ତି । ଦାବି ପୂରଣ ନହେବା ଯାଏ ସେମାନେ ରାସ୍ତାରୁ ଉଠିବେ ନାହିଁ ବୋଲି କହିଛନ୍ତି।

Comments are closed.