Odisha Link
Bridging the Missing Links in Odisha

ଆରମ୍ଭ ହେଲା ଭୁବନେଶ୍ବରରୁ ସୁରଟକୁ ବିମାନ ସେବା

ଭୁବନେଶ୍ବର: ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଖୁସି ଖବର। ଆଜିଠାରୁ ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଆରମ୍ଭ ହୋଇଛି। ଆଜି ସକାଳ ୮ଟା ୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ୧୮୦ଜଣ ବିମାନ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି। ଏହା ସକାଳ ୧୦ଟା ୪୦ରେ ସୁରତ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ। ଏ ନେଇ ପୁର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନାଯୋଗ୍ୟ, ସପ୍ତାହକୁ ଦୁଇ ଦିନ ସୁରଟରୁ ଭୁବନେଶ୍ୱରକୁ ସିଧା ବିମାନ ଚଳାଚଳ କରିବ । ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରଟକୁ ବିମାନ ଯିବ ସେହିପରି ସୁରଟରୁ ଶୁକ୍ରବାର ଓ ରବିବାର ଭୁବନେଶ୍ୱରକୁ ଆସିବ।

ସୂଚନାଯୋଗ୍ୟ, ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରଟକୁ ବିମାନସେବା ଆରମ୍ଭ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ନଭେମ୍ବରରେ ଟ୍ଵିଟ କରିଥିଲେ। ଏହି ବିମାନସେବାର ଶୁଭାରମ୍ଭ ସମୟରେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ତାଙ୍କୁ ବୁଝାଇବାକୁ ପଡ଼ିଥିଲା ଯେ ଗୁଜୁରାଟର ସୁରଟରେ ପ୍ରାୟ ୮ଲକ୍ଷ ଓଡ଼ିଆ ବସବାସ କରୁଥିବା ହେତୁ ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଜରୁରୀ। ଏଥିଲାଗି ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି।

Comments are closed.