Odisha Link
Bridging the Missing Links in Odisha

ବିସ୍ଥାପିତ କଶ୍ମୀର ପଣ୍ଡିତଙ୍କ ପୀଡ଼ା ସରକାର ବୁଝିବା ଦରକାର: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଗତକାଲି ଆକ୍ରମଣ ଓ ନିର୍ଯାତନାର ଶିକାର ହୋଇ ଉପତ୍ୟକା ଛାଡ଼ିଥିବା କଶ୍ମୀର ପଣ୍ଡିତମାନେ ବାସନ୍ଦାଦେଶର ୩୦ ବର୍ଷପୂର୍ତ୍ତି ପାଳନ କରିଥିଲେ। ୩୦ ବର୍ଷ ପୂର୍ବେ ଜମ୍ମୁ-କଶ୍ମୀରରେ ସୃଷ୍ଟି ହୋଇଥିବା ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ସମୟରେ ଏହି ଘଟଣା ଘଟିଥିଲା। ଅନ୍ୟପଟେ କଶ୍ମୀର ପଣ୍ଡିତଙ୍କୁ ନେଇ ବୟାନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ସେ କହିଛନ୍ତି ଯେ, ବିସ୍ଥାପିତ କଶ୍ମୀର ପଣ୍ଡିତ ମାନେ ନିଜ ମାତୃଭୂମିକୁ ଫେରିଆସିବା ପାଇଁ ଚାହାିଁ ବସିଛନ୍ତି। ସରକାର ଏହି ଘଟଣାକୁ ବୁଝିବା ଦରକାର।

ଶ୍ରୀ ନାଇଡୁ ନିଜ ଟୁଇଟର ପେଜରେ ଲେଖିଛନ୍ତି ଯେ, ମୋ ବିଚାରରେ କଶ୍ମୀର ପଣ୍ଡିତଙ୍କ ପୀଡ଼ା ବେଦନାକୁ ବୁଝି ସରକାର ଓ ସମାଜ କଶ୍ମୀର ପଣ୍ଡିତ ମାନେ କିଭଳି ନିଜ ମାତୃଭୂମିକୁ ପୁନର୍ବାର ଆସିପାରିବେ ସେଥିପ୍ରତି ଚେଷ୍ଟା କରିବା ଦରକାର।

ସମଗ୍ର ଦେଶ ଓ କଶ୍ମୀରବାସୀଙ୍କ ନୈତିକ ଦାୟିତ୍ବ ହେଉଛିକି ନିଜ ମାତୃଭୂମିକୁ କଶ୍ମୀର ପଣ୍ଡିତ ଫେରି ଆସିଲେ ସୁରକ୍ଷା ପ୍ରଦାନ କରିବା। ଯେଉଁ ମାନେକି ଭାରତର ପଡ଼ୋଶୀ ଦ୍ବାରା ପ୍ରାୟୋଜିତ ହିଂସା ଓ ଅତ୍ୟାଚର ଦ୍ବାରା ନିଜ ଘରୁ ନିର୍ବାସିତ କରାଯାଇଥିଲା।

Comments are closed.