Odisha Link
Bridging the Missing Links in Odisha

୫୦ ଲକ୍ଷର ବ୍ରାଉନସୁଗାର ଜବତ, ୫ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର ୩୨୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏନେଇ ମାଷ୍ଟରମାଇଣ୍ଡ ସେକ ସକିଲ ସହ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇ କହିଛନ୍ତି ଯେ, ମୁର୍ସିଦାବାଦ, ମେଦିନାପୁର ଓ ବାଲେଶ୍ୱର ଦେଇ ବ୍ରାଉନସୁଗାର ଆସୁଥିଲା। ବାଂଲାଦେଶରୁ ବ୍ରାଉନସୁଗାର ଆସୁଥିବା ନେଇ ସୁରାକ ମିଳିଛି। ଗିରଫ ୫ ଜଣଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ। ବ୍ରାଉନସୁଗାର ମାଫିଆ ସେକ ରାଜା ସହ ସମ୍ପର୍କ ଅଛି କି ନାହିଁ ତାହାର ଯାଞ୍ଚ କରାଯିବ। ୫ ଅଭିଯୁକ୍ତର ଅନ୍ତର୍ଜାତୀୟ ଲିଙ୍କ ଅଛି କି ନାହିଁ ତାହାର ଖୋଳତାଡ଼ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।

Comments are closed.