Odisha Link
Bridging the Missing Links in Odisha

ମୋବାଇଲ ଆପ୍‌ ଦ୍ବାରା ହେବ ୨୦୨୧ ଜନଗଣନା: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ନେଇ ବହୁତ କିଛି କଥା ସାମ୍ନାକୁ ଆସୁଛି। ଅନ୍ୟପଟେ ଗୃହ ମନ୍ତଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୧ ଜନଗଣନା କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ମୋବାଇଲ ଆପ ଦ୍ବାରା କରାଯିବ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ୨୦୨୧ ଜନଗଣନା ମିକ୍ସଡ ମୋଡ ଆପ୍ରୋଚ ଏକ ମୋବାଇଲ ଆପ୍‌ ଦ୍ବାରା କରାଯିବ। ଜନସଂଖ୍ୟା ଗଣନ ସମୟରେ ଜନସାଧାରଣଙ୍କ ନିକଟରେ ଅନଲାିନ ଆତ୍ମ ଜନଗଣନା ସୁବିଧା ଉପଲବ୍ଧ ହେବ। ଏଥିସହିତ କୁହାଯାଇଛି ଯେ, ଜନସାଧାରଣଙ୍କ ତଥ୍ୟ ଗୋପନୀୟତାର ଗ୍ୟାରେଣ୍ଟି ଜନଗଣନା ଅଧିନିୟମ ୧୯୪୮ ଦ୍ବାରା ପ୍ରଦାନ କରାଯିବ। ଯଦି ଏହି ଅଧିନିୟମକୁ କିଏ ଉଂଲଘନ କରେ ତେବେ ଜୋରିମାନା ଦଣ୍ଡ ଅଛି ବୋଲି କୁହାଯାଇଛି।

Comments are closed.