ଟିମ୍ ଇଣ୍ଡିଆକୁ ଝଟକା: ଟି-୨୦ ସିରିଜରୁ ଧଓ୍ବନ ଓ ଈଶାନ୍ତ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବାଦ୍

ନୂଆଦିଲ୍ଲୀ: ଆଜି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଗସ୍ତ କରିଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଜବରଦସ୍ତ ଝଟକା ଲାଗିଛି। ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ରବିବାର ବେଙ୍ଗାଲୁରୁରେ ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲାରେ ଫିଲ୍ଡିଂ କରୁଥିବା ବେଳେ ଧୱନ୍ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି। ଏ ନେଇ ବିସିସିଆଇ ପକ୍ଷରୁ ମଧ୍ୟ ସୂଚନା ମିଳିସାରିଛି।
ଅନ୍ୟପଟେ ଭାରତୀୟ ଟିମର ସବୁଠାରୁ ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଗୋଇଠିରେ ଆଘାତ କାରଣରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବାଦ୍ ପଡ଼ିଛନ୍ତି। ସୋମବାର ରଣଜୀ ଟ୍ରଫି ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଈଶାନ୍ତଙ୍କୁ ବିଦର୍ଭର ଦ୍ୱିତୀୟ ଇନିଂସର ପଞ୍ଚମ ଓଭରରେ ଆଘାତ ଲାଗିଥିଲା।