ବିବି ହାଉସରେ ପୁଣି ୱାଇଲ୍ଡ କାର୍ଡ୍ ଏଣ୍ଟ୍ରି!

ମୁମ୍ବାଇ: ‘ବିଗ୍ ବସ୍ ୧୩’ର ଫିନାଲେ ପାଖେଇ ଆସିଲାଣି। ଏଥିପାଇଁ ସବୁ ପ୍ରତିଯୋଗୀ ପରସ୍ପରକୁ ମାତ୍ ଦେଇ ଫିନାଲେରେ ପହଞ୍ଚିବାକୁ କସରତ୍ ଆରମ୍ଭ କରିଦେଲେଣି। ଏସବୁ ଭିତରେ ଶୋ’ରେ ଆସିବାକୁ ଯାଉଛି ଏକ ବଡ଼ ଟ୍ୱିଷ୍ଟ। ସୂଚନା ଅନୁଯାୟୀ ‘ବିଗ୍ ବସ୍’ ଘରକୁ ଏବେ ହେବ ୫ ଜଣ ସଦସ୍ୟଙ୍କ ୱାଇଲ୍ଡ କାର୍ଡ୍ ଏଣ୍ଟ୍ରି। ଆଉ ଏମାନେ କେହି ବି ପୂରୁଣା ସଦସ୍ୟ ନୁହନ୍ତି। ୫ ଜଣ ନୂଆ ସଦ୍ୟ ନେବେ ବିବି ହାଉସକୁ ଏଣ୍ଟ୍ରି। ଏହି ୱାଇଲ୍ଡକାର୍ଡ୍ କଣ୍ଟେଷ୍ଟାଣ୍ଟ ଆଉ କେହି ନୁହଁନ୍ତି, ପ୍ରତିଯୋଗୀମାନଙ୍କର ପରିବାର, ସମ୍ପର୍କୀୟ କିମ୍ବା ବନ୍ଧୁପରିଜନ। ଏମାନେ ଘରକୁ ବୁଲିବାକୁ ଆସିବେ ନାହିଁ ବରଂ ବିବି ହାଉସ୍ରେ ୩ ରୁ ୪ ଦିନ ରହିବେ ଓ ଏହା ପରେ ଫେରିଯିବେ। ତେବେ ଏଭଳି ଟ୍ୱିଷ୍ଟ ବିବି ହାଉସ୍ରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି। ପୂର୍ବରୁ ସିଜିନ୍ ୧୧ରେ ମଧ୍ୟ ଘର ସଦସ୍ୟଙ୍କ ପରିବାର ଲୋକ ଆସିଥିଲେ। ହେଲେ ସେମାନଙ୍କୁ ଅନ୍ୟ ଏକ ଘରେ ରଖାଯାଇଥିଲା। ଏଥର କିନ୍ତୁ ଏମାନେ ପରିବାର ସଦସ୍ୟମାନେ ବିବି ହାଉସ୍ରେ ହିଁ ରହିବେ।
ଏହା ଦେଖିବା ବେଶ୍ ମଜାଦାର ହେବ ଯେ ପ୍ରତିଯୋଗୀମାନେ ପରସ୍ପରଙ୍କ ଘରଲୋକ ଆଗରେ ନିଜକୁ ସଂଯମରେ ରଖିପାରୁଛନ୍ତି କି ନାହିଁ। ସୂଚନା ଅନୁଯାୟୀ ଏମାନଙ୍କ ବ୍ୟତୀତ ଏହା ମଧ୍ୟ କୁହାଯାଉଛି ଯେ ପୁଣିଥରେ ବିବି ହାଉସ୍କୁ ଏଣ୍ଟ୍ରି ନେବେ ହିମାଂଶୀ ଖୁରାନା। ଶୋ’ରେ ହିମାଂଶୀ ଓ ଆସୀମଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ତେବେ ଗତ ସପ୍ତାହରେ ସଲ୍ମାନ୍ ଖୁଲାସା କରିଥିଲେ ଯେ ହିମାଂଶୀଙ୍କର ତାଙ୍କ ବୟପ୍ରେଣ୍ଡ ଚାଓଙ୍କ ସହ ବ୍ରେକ୍ଅପ୍ ହୋଇଯାଇଛି ଓ ସେ ଆସୀମ ପାଇଁ ବାହାରେ ଅପେକ୍ଷା କରିଛନ୍ତି। ଏହାପରଠୁ ଆସୀମ ତାଙ୍କୁ ଦେଖାକରିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି।