Odisha Link
Bridging the Missing Links in Odisha

ପ୍ରଶାନ୍ତ କିଶୋରଙ୍କ ଟାର୍ଗେଟରେ ଅମିତ ଶାହ, କହିଲେ ବିରୋଧ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ସାରା ଦେଶରେ ବିଦ୍ରୋହ ଓ ସମର୍ଥନ ରାଲି ହେଉଛି। ଏହାରି ମଧ୍ୟରେ ଜନତା ଦଳର ଉପାଧ୍ୟକ୍ଷ ତଥା ନିର୍ବାଚନୀ ରଣନୀତି ବିଶେଷଜ୍ଞ ପ୍ରଶାନ୍ତ କିଶୋର ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରଶାନ୍ତ କିଶୋର ଟୁଇଟି କରି ଅମିତ ଶାହଙ୍କୁ ସାରା ଦେଶରେ ସିଏଏ ଓ ଏନଆରସି ଲାଗୁ କରିବା ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ଗତକାଲି ଅମିତ ଶାହ ଏକ କାର୍ଯ୍ୟକ୍ରମରେ କହିଥିଲେ କି ନାଗରିକତା ସଂଶୋଧନ ଆଇନ କୌଣସି ମତେ ହଟିବ ନାହିଁ।

ପ୍ରଶାନ୍ତ କିଶୋର ଟୁଇଟ କରି ଲେଖିଛନ୍ତି ଯେ, ନାଗରିକତାଙ୍କ ଅସହମତି ଖାରିଜ କରିବା କୌଣସି ସରକାରର ଶକ୍ତି ନାହିଁ । ଯଦି ସିଏଏ, ଏନଆରସିକୁ ବିରୋଧ କରୁଥିବା ଲୋକଙ୍କ ବାବଦରେ ଆପଣ ଚିନ୍ତା କରୁ ନାହାନ୍ତି ତା’ହେଲେ ସିଏଏ ପରେ ଏନଆରସି କାହିଁକି ଧାରାବାହିକ ଭାବରେ ଲାଗୁ କରୁନାହାନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

Comments are closed.