Odisha Link
Bridging the Missing Links in Odisha

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି୨୦

ଅକ୍‌ଲାଣ୍ଡ : ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି୨୦। ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍, ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଓ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପାଇଁ ଭାରତୀୟ ଦଳ ପହଞ୍ଚିଛି ନ୍ୟୁଜିଲାଣ୍ଡରେ। ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ଅକ୍‌ଲାଣ୍ଡରେ ଖେଳାଯିବ। ଗତଥର ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଆସିିଥିବା ବେଳେ ୫ ମ୍ୟାଚ୍‌ର ଦିନିକିଆ ସିରିଜ୍‌କୁ ୪-୧ରେ ଜିତିଥିଲା; ତେବେ ଟ୍ବେଣ୍ଟି୨୦ ସିରିଜ୍‌ରେ ୧-୨ରେ ପରାସ୍ତ ହୋଇଥିଲା।

ନ୍ୟୁଜିଲାଣ୍ଡର ପିଚ୍ ଓ ବାତାବରଣ ସହ ଖାପ୍ ଖୁଆଇବା ପାଇଁ ଭାରତୀୟ ଖେଳାଳିଙ୍କୁ ମଧ୍ୟ ସମୟ ମିଳିବ। ଚଳିତବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ବକପ୍ ଲାଗି ପ୍ରସ୍ତୁତି ଭାରତୀୟ ଦଳର ମୁଖ୍ୟ ଲକ୍ଷ୍ୟ। ତେଣୁ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍‌ର ଯୋଜନା କରାଯାଇଛି। ଭାରତ ପାଇଁ ଏହା ଏକ ଶୁଭସୂଚନା ଯେ ମ୍ୟାଚ୍‌ ପାଇଁ ଚୟନ ହୋଇଥିବା ଖେଳାଳୀଙ୍କ ମଧ୍ୟରେ ୩ ପ୍ରମୁଖ ପେସ୍ ବୋଲର ମ୍ୟାଟ୍‌ ହେନ୍‌ରି, ଟ୍ରେଣ୍ଟ ବୋଲ୍‌ଟ ଓ ଲୋକି ଫର୍ଗୁସନ ଆହତ ହୋଇ ଟ୍ବେଣ୍ଟି୨୦ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ଏକମାତ୍ର ଅଭିଜ୍ଞ ପେସ୍ ବୋଲର ଭାବେ ରହିଛନ୍ତି ଟିମ୍ ସାଉଦି। ଏବେ ଦେଖିବାକୁ ବାକିରହିଲା ଯେ ଇଡେନ୍ ପାର୍କ ​ଷ୍ଟାଡିୟମ୍‌ର ଛୋଟ ବାଉଣ୍ଡରୀ ସତ୍ତ୍ବେ ଘରୋଇ ନ୍ୟୁଜିଲାଣ୍ଡ ୨ ସ୍ପିନର ମିଚେଲ ସାଣ୍ଟନର ଓ ଇସ୍ ସୋଢ଼ିଙ୍କୁ ଖେଳାଉଛି ନା ୪ ଜଣ ପେସ୍ ବୋଲରଙ୍କୁ ଖେଳାଉଛି।

Comments are closed.