Odisha Link
Bridging the Missing Links in Odisha

କୋର୍ଟ ଗଲେ ନିର୍ଭୟା ଦୋଷୀଙ୍କ ଓକିଲ, ତିହାଡ଼ ପ୍ରଶାସନ ନାମରେ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ଆଜି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ ପୁଣିଥରେ ପଟିଆଲା ହାଉସର ଦ୍ବାରସ୍ତ ହୋଇଛନ୍ତି। ତିହାର ଜେଲ୍ କର୍ତ୍ତୃପକ୍ଷ ଆବଶ୍ୟକ କାଗଜପତ୍ର ଦେଉନଥିବା ଅଭିଯୋଗ କରିଛନ୍ତି ଦୋଷୀଙ୍କ ଓକିଲ। ଅନ୍ୟ ୩ ଦୋଷୀଙ୍କ ରାଜକ୍ଷମା ଆବେଦନ ପାଇଁ କାଗଜପତ୍ର ଦେଉନାହାନ୍ତି ଜେଲ୍ କର୍ତ୍ତୃପକ୍ଷ ବୋଲି ଅଭିଯୋଗ ହୋଇଛି।

ଏହା ପୂର୍ବରୁ ଦୋଷୀ ବିନୟର କ୍ୟୁରିଟିଭ ପିଟିସନ ଖାରଜ ହୋଇ ସାରିଛି। ଏବେ ସେ ରାଜ କ୍ଷମା ଦାଖଲ କରିବାର ଅଛି। ଅନ୍ୟପଟେ ଦୋଷୀ ପବନ ଓ ଅକ୍ଷୟ କ୍ୟୁରିଟିଭ ପିଟିସନ ଓ ରାଜଧକ୍ଷମା ଦାଖଲ କରିବାର ଅଛି। ଫେବୃୟାରୀ ୧ରେ ନିର୍ଭୟା ଦୋଷୀଙ୍କୁ ଫାଶୀଦଣ୍ଡ ମିଳିବା ନିର୍ଦ୍ଧାରିତ ହୋଇସାରିଛି ହେଲେ ଏଯାଏଁ ତିହାଡ ଜେଲ ପ୍ରଶାସନ ଏପର୍ଯ୍ୟନ୍ତ ଦୋଷୀଙ୍କ କାଗଜପତ୍ର ଦେଉନାହାନ୍ତି ବୋଲି କହିଛନ୍ତି ଓକିଲ ଏପି ସିଂହ।

Comments are closed.